ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ’ଣ ଆପଣ ଜାଣିଛନ୍ତି କି, ଆପଣଙ୍କ ରୋଷେଇ ଘରେ ଥିବା ଜିନିଷରେ ଆପଣଙ୍କ ଭାଗ୍ୟ ବଦଳିପାରେ। ଗୋଲମରିଚ ଏପରି ଏକ ଜିନିଷ ଯାହା ଆପଣଙ୍କ ସବୁ ଦୁଃଖ ଦୂର କରିବା ସହ ଘରେ ସୁଖ ସମୃଦ୍ଧି ଆଣି ଦେଇଥାଏ। ଆଜି ଆପଣଙ୍କ ଗୋଲମରିଚକୁ ନେଇ କିଛି ସହଜ ଉପାୟ କହିବୁ ଯାହା ବ୍ୟବହାର କରି ଆପଣ ସୁଖ ସମୃଦ୍ଧିର ଅଧିକାରୀ ହୋଇପାରିବେ।
– ଦୀର୍ଘ ଦିନର ଚେଷ୍ଟା ସତ୍ତ୍ୱେ ଆପଣ କାମରେ ସଫଳତା ପାଇ ପାରୁ ନାହାନ୍ତି। ଯେଉଁ କାମ ପାଇଁ ବାହାରକୁ ଯାଉଛନ୍ତି ଯଦି ତାହା ବିଫଳ ହୋଇଯାଉଛି, ତାହାଲେ ଆପଣ ଜରୁରି କାମ ପାଇଁ ଘରୁ ବାହାରକୁ ଯିବା ବେଳେ ଘରର ଦ୍ୱାରରେ ଅଳ୍ପ ଗୋଲମରିଚ ରଖି ବାହାରକୁ ଯାଆନ୍ତୁ। ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିବ।
-ଘରେ କାହାର ଖରାପ ନଜର ଥିଲେ ଆପଣ ଦୀପ ଜଳାଇଲା ବେଳେ ସେଥିରେ ଅଳ୍ପ ଗୋଲମରିଚ ରଖି ଦୀପକୁ ଘରର ଏକ କୋଣରେ ରଖି ଦିଅନ୍ତୁ। ଏହା କଲେ ଘରେ ଖରାପ ନଜର ପଡ଼ିନଥାଏ।
-ଗୋଲମରିଚ ଶନି ଦୋଷ ମଧ୍ୟ ଦୂର କରିଥାଏ। ଆପଣଙ୍କ ଶନି ଦୋଷ ଥିଲେ ଏକ କଳା କପଡ଼ାରେ କିଛି ଟଙ୍କା ଏବଂ ଗୋଲମରିଚ ରଖି କୌଣସି ଲୋକଙ୍କୁ ଦାନ କରି ଦିଅନ୍ତୁ। ଏହାର ପରିଣାମ ଆପଣଙ୍କୁ ଶିଘ୍ର ମିଳିବ।
from Odisha Reporter http://bit.ly/2K1QA6x
No comments:
Post a Comment