ସମ୍ବଲପୁର(ସଞ୍ଜୟ ଜେନା): ଶୀତଳଷଷ୍ଠୀ ଯାତ୍ରା ପାଇଁ ଦୁଲୁକୁଛି ସମ୍ବଲପୁର ସହର। ଆଜି ଦେବ ଦମ୍ପତିଙ୍କ ବିବାହ। ଆଜି ରାତିରେ ବିଭିନ୍ନ ଶିବାଳୟରୁ ଭୋଲାବାବା ବରବେଶ ସାଜି ବାହାରିବେ ବିବାହ ଶୋଭାଯାତ୍ରାରେ। ବାଜା, ବାଣ, ନାଚ ଗୀତ ସହ ବରଯାତ୍ରୀ ମାନଙ୍କୁ ସାଙ୍ଗରେ ଧରି ଯିବେ କନ୍ୟା ଘରକୁ। ସେଠାରେ ବିଧିମତେ ସମ୍ପନ୍ନ ହେବ ବିବାହ। ଏଥିପାଇଁ କନ୍ୟା ମାତା-ପିତାଙ୍କଠୁ ନେଇ ବିଭିନ୍ନ ଯାତ୍ରା କମିଟି, ସମସ୍ତେ ପ୍ରସ୍ତୁତ।
ଗତ ରାତିରେ ସମ୍ପନ୍ନ ହୋଇଛି ଦେବ ନିମନ୍ତ୍ରଣ କାର୍ଯ୍ୟ ଗୁଆଗୁଣ୍ଡା। ଶିବ ବିବାହରେ ଯୋଗ ଦେବାପାଇଁ ସହରର ଝାଡୁଆପଡା, ମୋଦିପଡା, ବଡବଜାର , ବୁଢାରଜା ଓ ଠାକୁରପଡା ସମେତ ଅନ୍ୟାନ୍ୟ ଶିବ ମନ୍ଦିରରୁ ହନୁମାନ ମହାପ୍ରଭୁ ହନୁମାନ ନିଉତାରେ ବାହାରି ବିଭିନ୍ନ ଦେବାଦେବୀଙ୍କ ମନ୍ଦିରରେ ଗୁଆ ଦେଇ ନିମନ୍ତ୍ରଣ କରିଛନ୍ତି।
from Odisha Reporter http://bit.ly/2ImqWGq
No comments:
Post a Comment