ମାସିକ ୭୦ ହଜାର ଟଙ୍କା ରୋଜଗାର କରିପାରିବେ, ଏମିତି ଆରମ୍ଭ କରନ୍ତୁ ବିଜନେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 25, 2019

ମାସିକ ୭୦ ହଜାର ଟଙ୍କା ରୋଜଗାର କରିପାରିବେ, ଏମିତି ଆରମ୍ଭ କରନ୍ତୁ ବିଜନେସ

ନୂଆଦିଲ୍ଲୀ: କଥାରେ ଅଛି ସହର କିମ୍ୱା ଜନଗହଳି ସ୍ଥାନରେ ଯାହାର ଜାଗା କିମ୍ୱା ଘର ଖଣ୍ଡିଏ ଅଛି ତାର ଆଉ କିଛି ଅଭାବ ନାହିଁ। ଯଦି ଆପଣଙ୍କ ପାଖରେ ବି ଘର ବ୍ୟବହାର ନହୋଇ ପଡ଼ି ରହିଛି ତାହେଲେ ଆପଣ ଭଲ ରୋଜଗାର କରିପାରିବେ। ଯଦି ଜାଗା ଅଛି ତାହେଲେ ଘର ନିର୍ମାଣ କରି ନିମ୍ନ ବିଜନେସ ମଡେଲକୁ ଅନୁସରଣ କରି ଭଲ ଦି ପଇସା ରୋଜଗାର କରିପାରିବେ।

ନିଜର ଖାଲି ପଡ଼ିଥିବା ଘରୁ ଭଲ ରୋଜଗାର କରିବା ପାଇଁ ଆପଣଙ୍କୁ ହୋଟେଲ୍ ରୁମ୍ ବୁକିଂ ଓ୍ୱେବ୍ ସାଇଟରେ ନିଜ ଘରର ଠିକଣାକୁ ଯୋଡ଼ିବାକୁ ପଡ଼ିବ। ଏହାପରେ ଆପଣ ନିଜ ଘରକୁ ଭଡ଼ା ଦେଇପାରିବେ। ଏୟରବିଏନବି, ଗୋଆଇବିବୋ, ଟ୍ରିପ ଏଡଭାଇଜର, ହୋମଷ୍ଟେ ଡଟ୍ କମ୍, ବୁକିଂ ଡଟ୍ କମ୍, ଓୟୋ ଆଦି ଓ୍ୱେବସାଇଟ ଆପଣଙ୍କ ଖାଲି ଥିବା ଘରକୁ ଭଡ଼ାରେ ନେଇପାରନ୍ତି।

ଦକ୍ଷିଣ ଦିଲ୍ଲୀ ନିବାସୀ ଅମିତ ନିଜ ଆପାର୍ଟମେଣ୍ଟକୁ ଏୟରବିଏନବିକୁ ଭଡ଼ାରେ ଦେଇଛନ୍ତି। ରାତି ପିଛା ଏହି ଆପାର୍ଟମେଣ୍ଟ ପାଇଁ ଏୟନବିଏନବି ତାଙ୍କୁ ୩ ହଜାର ଟଙ୍କା ଦେଉଛି ବୋଲି ସେ କହିଛନ୍ତି। ଗତବର୍ଷ ମାର୍ଚ୍ଚରୁ ଅକ୍ଟୋବର ମଧ୍ୟରେ ପ୍ରତିମାସରେ ୧୫ରୁ ୨୫ ହଜାର ଟଙ୍କା ଅମିତ ରୋଜଗାର କରିଥିଲେ ବୋଲି କହିଛନ୍ତି। ସେହିପରି ନଭେମ୍ୱରରୁ ଫେବୃଆରୀ ମଧ୍ୟରେ ୫୦ରୁ ୭୫ ହଜାର ଟଙ୍କା ରୋଜଗାର କରିଥିବା ଜଣାପଡ଼ିଛି।

ସେହିପରି ରାଜସ୍ଥାନ ଜୟପୁର ନିବାସୀ ନେହା କହିଛନ୍ତି ସେ ତାଙ୍କ ଘରକୁ ଏଡଭାଇଜର, ବୁକି ଡଟ୍ କମ୍, ଗୋଆଇବିବୋ ସହ ଯୋଡ଼ିଛନ୍ତି। ପ୍ରତ୍ୟେକ ବେଡ୍ ରୁମ ପାଇଁ ଦିନ ପିଛା ୧୬ ଶହ ଟଙ୍କା ଏବଂ ଗାର୍ଡେନ ସହିତ ବେଡ୍ ରୁମ ଥିଲେ ୨୫ ଶହ ଟଙ୍କା ଦିନ ପିଛା ସେ ରୋଜଗାର କରୁଥିବା କହିଛନ୍ତି। ଗତ ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ ୬୦ରୁ ୮୦ ହଜାର ଟଙ୍କା ନେହା ରୋଜଗାର କରିଥିବା କହିଛନ୍ତି।

ସୂଚନାଯୋଗ୍ୟ, ଆପଣଙ୍କ ଘରକୁ ବିଭିନ୍ନ ଅନ୍ ଲାଇନ୍ ସଂସ୍ଥା ସହ ଯୋଡ଼ିଲେ ପ୍ରତିମାସ ନହେଲେ ତିନିମାସକୁ ଥରେ କମିଶନି ଆପଣଙ୍କଠାରୁ ନେବେ।



from Odisha Reporter https://ift.tt/2LiZpZJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages