‘ଗୁଲାବୋ ସିତାବୋ’ର ଶୁଟିଂ ସମୟରେ ବଲିଉଡର ମହାନାୟକଙ୍କ ପୂରା ଦିନର ଡାଏଟ କ’ଣ ରହିଛି ଜାଣିଛନ୍ତି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 25, 2019

‘ଗୁଲାବୋ ସିତାବୋ’ର ଶୁଟିଂ ସମୟରେ ବଲିଉଡର ମହାନାୟକଙ୍କ ପୂରା ଦିନର ଡାଏଟ କ’ଣ ରହିଛି ଜାଣିଛନ୍ତି?

ମୁମ୍ୱାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଏବେ ନିଜ ଅପକମିଂ ଫିଲ୍ମ ‘ଗୁଲାବୋ ସିତାବୋ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ଅମିତାଭଙ୍କ ସମେତ ଆୟୂଷ୍ମାନ ଖୁରାନା ମଧ୍ୟ ଦେଖିବାକୁ ମିଳିବେ। ସୁଜିତ ସରକାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମର ଶୁଟିଂ ଏବେ ଲକ୍ଷ୍ନୌରେ ଚାଲିଛି।

ଏଥିଲାଗି ଅମିତାଭ ସେଠାରେ ଏକ ପଞ୍ଚ ତାରକା ହୋଟେଲରେ ରହୁଛନ୍ତି । ଏହି ହୋଟେଲର ଷ୍ଟାଫମାନେ ମଧ୍ୟ ବିଗ ବିଙ୍କ ଚର୍ଚ୍ଚାରେ କୌଣସି ପ୍ରକାର ଊଣା ହେବାକୁ ଦେଉ ନାହାନ୍ତି। ଏହାସତ୍ତ୍ୱେ ସେମାନଙ୍କ ମନ ଦୁଃଖ। ଏହାର କାରଣ କ’ଣ ଜାଣିଛନ୍ତି।

ଉକ୍ତ ପଞ୍ଚତାରକା ହୋଟେଲର ଆସିଷ୍ଟାଣ୍ଟ ସେଫ୍‌ଙ୍କ କହିବାନୁଯାୟୀ, ଅମିତାଭଙ୍କ ଲକ୍ଷ୍ନୌ ରହଣୀ ସମୟରେ ଆମେ ତାଙ୍କୁ ଏଠାକାର ପ୍ରସିଦ୍ଧ କବାବ ଓ ମଟନର ସୁସ୍ୱାଦୁ ବ୍ୟଞ୍ଜନ ପରଷିବୁ ବୋଲି ପୂର୍ବରୁ ଯୋଜନା କରିଥିଲୁ । ମାତ୍ର ସେ କେବଳ ଶାକାହାରୀ ଭୋଜନ ପସନ୍ଦ କରୁଛନ୍ତି। ଫଳରେ ଆମକୁ ନିରାଶ ହେବାକୁ ପଡିଛି।

ବ୍ରେକଫାଷ୍ଟରେ ବିଗ୍‌ ବି ଏକ ଗ୍ଲାସ କ୍ଷୀର, ଲଙ୍କା ପଡି ନ ଥିବା ଅଣ୍ଡା ଭୁଜିଆ ଖାଇବାକୁ ପସନ୍ଦ କରୁଛନ୍ତି। ଲଞ୍ଚରେ  କେବଳ ୨, ୩ ପଟ ରୁଟି, ଡାଲି ଓ ସବୁଜ ପରିବାର ତରକାରି ଖାଇବାକୁ ପସନ୍ଦ କରୁଛନ୍ତି। ସେ ପ୍ରାୟ ସମୟରେ ଭାତ ଖାଇବାକୁ ଆଭଏଡ କରିଥାନ୍ତି।

 

 

ହୋଟେଲ ସେଫଙ୍କ କହିବା ମୁତାବକ, ଥରେ ମାତ୍ର ଅମିତାଭ ପନିର ଭୁଜିଆ ଖାଇବାକୁ ଅର୍ଡର କରିଥିଲେ। ଏହାବ୍ୟତୀତ କେବେ ସେ କିଛି ଖାଇବାକୁ ଡିମାଣ୍ଡ କରି ନାହାନ୍ତି। ଶୁଟିଂରୁ ଫେରିବାରେ ବିଳମ୍ବ ହେଲେ ସେ ଡିନର ଖାଇବା ପରିବର୍ତ୍ତେ କେବଳ ସୁପ ପିଇବାକୁ ପସନ୍ଦ କରନ୍ତି।

ଫିଲ୍ମ କ୍ରୁ ମେମ୍ବରଙ୍କ କହିବାନୁଯାୟୀ, ପରଦାର ଏହି ସୁପରଷ୍ଟାର ବାସ୍ତବରେ କିନ୍ତୁ ଜଣେ ସାଧାସିଧା ମଣିଷ। କେବେ ବି ସେ ସେଟ୍‌ରେ କିଛି ବିଶେଷ ଖାଦ୍ୟର ଅର୍ଡର କିମ୍ୱା ଡିମାଣ୍ଡ କରି ନ ଥାନ୍ତି। ସେଟ୍‌ର ଅନ୍ୟମାନଙ୍କ ପାଇଁ ହେଉଥିବା ଖାଦ୍ୟକୁ ସେ ମଧ୍ୟ ଖୁବ୍‌ ଖୁସିର ସହ ଖାଇଥାନ୍ତି।



from Odisha Reporter https://ift.tt/2YmaMnr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages