ସଚିବ ବୈଠକ କରୁଥିବା ବେଳେ ଚାଲିଲା ପର୍ଣ୍ଣ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 4, 2019

ସଚିବ ବୈଠକ କରୁଥିବା ବେଳେ ଚାଲିଲା ପର୍ଣ୍ଣ ଭିଡିଓ

ଜୟପୁର: ରାଜସ୍ଥାନ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଏକ ବୈଠକ ବେଳେ ପର୍ଣ୍ଣ ଭିଡିଓ ଚାଲିବା ଖବରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ସୂଚନା ଅନୁଯାୟୀ, ଗତ ସୋମବାର ସଚିବାଳୟର ଏନ୍‌ଆଇସି ରୁମ୍‌ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସଚିବ ମୁଗ୍ଧା ସିହ୍ନା ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ଏକ ବୈଠକ କରୁଥିଲେ। ଏଥିରେ ଭିଡିଓ କନ୍‌ଫରେସିଂ ମାଧ୍ୟମରେ ସବୁ ଜିଲ୍ଲାରର ଅଧିକାରମାନେ ବି ସାମିଲ ହୋଇଥିଲେ। ବୈଠକରେ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ୍ ମଧ୍ୟ ଚାଲିଥିଲା।

ତେବେ ବୈଠକ ଚାଲିଥିବା ବେଳେ ଭିଡିଓ କନ୍‌ଫରେସିଂ ସ୍କ୍ରିନ୍‌ରେ ଏକ ପର୍ଣ୍ଣ ଭିଡିଓ ଚାଲିଥିଲା। ପ୍ରାୟ ୧୫ ସେକେଣ୍ଡ ପାଇଁ ଏହି ଭିଡିଓ ଚାଲିଥିଲା। ଏହାଦେଖି ସମସ୍ତ ଅଧିକାରୀ ହଡ଼ବଡ଼େଇ ଯାଇଥିଲେ।

ଏ ଘଟଣା ପରେ କିଛି ସମୟ ପାଇଁ ବିଭାଗୀୟ ସଚିବ ବୈଠକକୁ ବନ୍ଦ କରି ଦେଇଥିଲେ। ଏ ନେଇ ତଦନ୍ତ କରିବାକୁ ସେ ଏନ୍‌ଆଇସିକୁ ଲିଖିତ ଭାବେ ଦେଇଛନ୍ତି।

କୁହାଯାଉଛି, ବୈଠକରେ ଜଣେ ବ୍ୟକ୍ତି ଲ୍ୟାପ୍‌ଟପ୍ ଚଲାଉଥିଲେ। ଏଥିରେ ହଠାତ୍ ଏକ ପପ୍ ଅପ୍‌ ବିଜ୍ଞାପନ ଆସିଥିଲା। ସେ ଭୁଲ୍‌ରେ ତା’ ଉପରେ କ୍ଲିକ୍ କରି ଦେଇଥିଲେ। ଫଳରେ ଏକ ପର୍ଣ୍ଣ ସାଇଟ୍ ଖୋଲି ଯାଇଥିଲା। ତେବେ ଏଥିପାଇଁ ବିଭାଗୀୟ ଅଧିକାରୀମାନେ ସମାଲୋଚନାର ଶିକାର ହୋଇଛନ୍ତି।



from Odisha Reporter http://bit.ly/31dc2uX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages