ସାପକୁ ବଞ୍ଚାଇବାକୁ ଧାଇଁ ଆସିଲେ ଆୟକର ବିଭାଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 4, 2019

ସାପକୁ ବଞ୍ଚାଇବାକୁ ଧାଇଁ ଆସିଲେ ଆୟକର ବିଭାଗ

ଇନ୍ଦୋର : ଆମ ଆଖପାଖରେ ଅନେକ ଜୀବଜନ୍ତୁ ପ୍ରେମୀ ଅଛନ୍ତି। ଯେଉଁମାନେ ନିଜଠୁ ଅଧିକ ଜୀବଜନ୍ତୁଙ୍କୁ ଭଲ ପାଆନ୍ତି ଏବଂ ସେମାନଙ୍କର ଯତ୍ନ ନିଅନ୍ତି। ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ଆୟକର ବିଭାଗ ଅଧିକାରୀ ଶେର ସିଂହ ଗିନ୍ନାରେ। ମଧ୍ୟପ୍ରଦେଶ ଇନ୍ଦୋରର ଏକ ପ୍ରାଇଭେଟ୍ ସ୍କୁଲରେ ପହଞ୍ଚି  ସେ  ବେହୋସ ହୋଇ ପଡିଥିବା ଏକ ସାପର ଜୀବନ ବଞ୍ଚାଇ ପ୍ରଶଂସାର ପାତ୍ର ହୋଇପାରିଛନ୍ତି।

ସୂଚନାଯୋଗ୍ୟ, ଇନ୍ଦୋରର କନାଡିୟା ରୋଡର ବିର୍ଲା ପବ୍ଳିକ୍ ସ୍କୁଲରେ ଶନିବାର ମଧ୍ୟାହ୍ନରେ ହଠାତ୍ ସାପ ନଜର ଆସିଥିଲା । ଯାହାକୁ ଦେଖି ସ୍କୁଲର କର୍ମଚାରୀ ସାପ ଉପରେ ବିଷାକ୍ତ କୀଟନାଶକ ଛିଞ୍ଚିଥିଲେ। ଏହାପରେ ସାପ ବେହୋସ ହୋଇଯାଇଥିଲା । ଏହାପରେ ଗାଁ ଲୋକେ ଆୟକର ବିଭାଗ ଅଧିକାରୀ ଶେରସିଂହ ସାପ ଧରିବାରେ ମାହିର ବୋଲି ଜାଣି ତାଙ୍କୁ ସମ୍ପର୍କ କରିଥିଲେ ।

ଖବର ପାଇ ଆୟକର ବିଭାଗ ଅଧିକାରୀ ଶେରସିଂହ ସାପ ଅଚେତ ପଡ଼ିଥିବା ସ୍ଥାନରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିଲେ। ପ୍ଲାଷ୍ଟିକ ପାଇପ ସାହାଯ୍ୟରେ ସାପକୁ ପାଣି ଦେବା ଦ୍ୱାରା ସାପଟି ବାନ୍ତି କରିଥିଲା । ଯାହା ଦ୍ୱାରା ତା’ ଶରୀରର ସବୁ ବିଷ ବାହାରକୁ ବାହାରି ଯାଇଥିଲା ଓ ସାପର ଜୀବନ ବଞ୍ଚି ଯାଇଥିଲା ।

ଏସବୁ ଦେଖି ଶେର ସିଂଙ୍କୁ ସମସ୍ତେ ଭୂରି ଭୂରି ପ୍ରଶଂସା କରିଥିଲେ।



from Odisha Reporter http://bit.ly/2HVBvRC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages