ଭୀଷଣ ସାମୁଦ୍ରିକ ବାତ୍ୟା ‘ବାୟୁ’ ପାଇଁ ରେଡ୍‌ ଆଲର୍ଟ ଜାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 11, 2019

ଭୀଷଣ ସାମୁଦ୍ରିକ ବାତ୍ୟା ‘ବାୟୁ’ ପାଇଁ ରେଡ୍‌ ଆଲର୍ଟ ଜାରି

ନୂଆଦିଲ୍ଲୀ: ଗୁଜରାଟ ମୁହାଁ ସାମୁଦ୍ରିକ ଝଡ଼ ‘ବାୟୁ’। ଏହି ଭୀଷଣ ସାମୁଦ୍ରିକ ଝଡ଼ ଆସନ୍ତାକାଲି ଗୁଜରାଟର ସୌରାଷ୍ଟ୍ର ଓ କଚ୍ଛରେ ସ୍ଥଳଭାଗ ଛୁଇଁବ। ଘଣ୍ଟା ପ୍ରତି ୧୪୦ କିଲୋମିଟର ବେଗରେ ପବନ ସହ ସମୁଦ୍ରରେ ୧. ୫ ମିଟର ଉଚ୍ଚର ଢେଉ ଉଠିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ତେଣୁ ସୌରାଷ୍ଟ୍ର ଏବଂ କଚ୍ଛରେ ରେଡ୍‌ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।

ଆଜି ଏହି ସାମୁଦ୍ରିକ ଝଡ଼ ମୁମ୍ୱାଇରେ ପହଞ୍ଚିବ ଓ ଏହାପରେ ଏହା ଗଭୀର ଅବପାତର ରୂପ ନେବ ବୋଲି ଜଣାପଡ଼ିଛି। ଆସନ୍ତାକାଲି ଗୁଜରାଟର ସୌରାଷ୍ଟ୍ର ଏବଂ କଚ୍ଛ ମଧ୍ୟରେ  ସ୍ଥଳଭାଗରେ ଛୁଇଁବି ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏବେ ଏହି ସାମୁଦ୍ରିକ ଝଡ଼ ମୁମ୍ୱାଇର ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୪୧୦ କିଲୋମିଟର ଦୂରରେ ରହିଛି ବୋଲି ସୂଚନା ରହିଛି।

ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ପଶ୍ଚିମ ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ୩ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଥିବା କହିଛନ୍ତି। ଆଜି ଏହି ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଗୁଜରାଟର ମୁଖ୍ୟ ଶାସନ ସଚିବ କହିଛନ୍ତି।

ବାତ୍ୟା ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ପାଇଁ  ୩୯ଟି ଏନଡିଆରଏଫ୍ ଟିମ୍, ଭାରତୀୟ ବାୟୁସେନା, ନୌସେନା, ବିଏସଏଫର ୩୪ଟି ଟିମ୍ ଏବଂ ଅନ୍ୟାନ୍ୟ ସଂସ୍ଥାମାନେ ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ପ୍ରତି ଟିମରେ ୪୫ ଜଣ ଉଦ୍ଧାରକାରୀ ରହିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଗୁଜରାଟ ସରକାର ସହ ଯୋଗାଯୋଗ କରି ପ୍ରଶାସନର ପ୍ରସ୍ତୁତି ଉପରେ ଆଲୋଚନା କରିଥିବା ଜଣାପଡ଼ିଛି।

କଚ୍ଛ, ଜାମନଗର, ଜୁନାଗଡ଼, ଡିଉ, ଦେବଭୂମି ଦ୍ୱାରକା, ପୋରବନ୍ଦର, ରାଜକୋଟ, ଗିର ସୋମନାଥ, ଆମରେଲି ଏବଂ ଭାବନଗର ଆଦି ଜିଲ୍ଲା ବାତ୍ୟା ଦ୍ୱାରା  ପ୍ରଭାବିତ ହେବେ ବୋଲି ଆଶା କରାଯାଉଛି। ଆଜି ଓ କାଲି ପାଇଁ ଗୁଜରାଟର ଉପକୂଳବର୍ତ୍ତୀ ଜିଲ୍ଲାରେ ଥିବା ସ୍କୁଲ, କଲେଜ ଏବଂ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିଛି।



from Odisha Reporter http://bit.ly/2ZftigY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages