ମୁମ୍ୱାଇ: ବଲିଉଡର ଡ୍ରିମ୍ ଗାର୍ଲ ହେମାମାଲିନୀଙ୍କ ବଡ ଝିଅ ଇଶା ଦେଓଲ ଦ୍ୱିତୀୟ ଥର ଲାଗି ମା’ ହୋଇଛନ୍ତି। ଇଶାଙ୍କର ପୂର୍ବରୁ ଏକ ଝିଅ ଥିବା ବେଳେ ଏଥର ମଧ୍ୟ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଝିଅ ଓ ନାତୁଣୀକୁ ଦେଖିବାକୁ ହେମାମାଲିନୀ ଓ ଧର୍ମେନ୍ଦ୍ର ମଧ୍ୟ ହସ୍ପିଟାଲରେ ପହଞ୍ଚି ଯାଇଥିଲେ। ଉଭୟ ଖୁବ୍ ଖୁସି ଥିବା ଜଣାପଡୁଥିଲେ।
ଗତ ଲୋକସଭା ନିର୍ବାଚନରେ ହେମାମାଲିନୀ ଭାଜପା ଟିକେଟରୁ ଲୋକସଭା ସିଟ୍ରେ ବିଜୟୀ ହୋଇଥିବା ବେଳେ ଏବେ ଇଶାଙ୍କ ସନ୍ତାନ ପ୍ରସବ ପରେ ହେମାମାଲିନୀଙ୍କ ଖୁସି ବନ୍ଧବାଡ ମାନୁନି। ଇଶା ଜଣେ ଟ୍ରେଣ୍ଡ ଓଡ଼ିଶି ଡ୍ୟାନ୍ସର ହୋଇଥିବା ବେଳେ ବହୁ ହିନ୍ଦୀ ଫିଲ୍ମରେ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି।
ଦ୍ୱିତୀୟ ଥର ମା’ ହେବା ପରେ ଏ ସମ୍ପର୍କରେ ଇଶା ନିଜ ଟ୍ୱିଟର ଆକାଉଣ୍ଟରେ ଫ୍ୟାନ୍ଙ୍କୁ ଅବଗତ କରାଇଥିଲେ। ‘ବେବି ଗାର୍ଲ ମିରାୟା ତଖତାନୀଙ୍କୁ ସ୍ୱାଗତ। ୧୦ ଜୁନ୍ ୨୦୧୯ରେ ଜନ୍ମ ହୋଇଛନ୍ତି ମିରାୟା’। ଏହା ପରେ ଫ୍ୟାନ୍ମାନେ ମଧ୍ୟ ଟ୍ୱିଟ୍ କରି ଇଶାଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଇଶା ଜୁନ୍ ୨୦୧୨ ମସିହାରେ ବିଜନେସମ୍ୟାନ୍ ଭାରତ ତଖତାନୀଙ୍କୁ ବିବାହ କରିଥିଲେ। ବିବାହର ୫ ବର୍ଷ ପରେ ୨୦ ଅକ୍ଟୋବର ୨୦୧୭ ମସିହାରେ ଇଶାଙ୍କ ବଡ ଝିଅ ରାଧ୍ୟା ଜନ୍ମ ହୋଇଥିଲେ।
from Odisha Reporter http://bit.ly/2XFUBAS
No comments:
Post a Comment