ମୁମ୍ବାଇ: ବି-ଟାଉନ୍ରେ ଏବେ ସଲମାନ ଖାନଙ୍କ ଫିଲ୍ମ ‘ଭାରତ’କୁ ନେଇ ଚର୍ଚ୍ଚା। ଭାଇଜାନଙ୍କ ଫିଲ୍ମ ବକ୍ସ ଅଫିସ୍ରେ କମାଲ କରୁଛି। ମାତ୍ର ୪ ଦିନରେ ଫିଲ୍ମ ୧୧୮ କୋଟି ଟଙ୍କା ଆୟ କରିସାରିଲାଣି। ଦର୍ଶକଙ୍କ ଜବରଦସ୍ତ ରେସପନ୍ସ ମିଳୁଛି ଭାଇଜାନଙ୍କ ‘ଭାରତ’କୁ। ଏବେ ପୁଣି ସଲମାନ ଆଉ ଏକ ସରପ୍ରାଇଜ୍ ନେଇଆସୁଛନ୍ତି। ଏହାର ସୂଚନା ସେ ନିଜ ଅଫିସିଆଲ ଟ୍ୱିଇଟର ହ୍ୟାଣ୍ଡେଲରେ ଦେଇଛନ୍ତି। ଯାହାକି ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ଫ୍ୟାନଙ୍କ ରିଆକ୍ସନ ମଧ୍ୟ ମିଳିବାରେ ଲାଗିଲାଣି।
ସଲମାନ ଏକ ଭିଡିଓ ଶେଆର କରି ଲେଖିଛନ୍ତି ଯେ କିଛି ନୂଆ ଆସିବାକୁ ଯାଉଛି। ଭିଡିଓରେ ସେ ଏକ ଚେୟାର ଉପରେ ବସି ବୁଲୁଥିବା ଦେଖିବାକୁ ମିଳୁଛି। ତେବେ ସଲମାନଙ୍କ ଏହି ପୋଷ୍ଟରୁ ସେ ଖୁବ୍ଶୀଘ୍ର କିଛି ନୂଆ କାର୍ଯ୍ୟକ୍ରମ ନେଇ ଆସୁଥିବାର ସ୍ପଷ୍ଟ ସୂଚନା ମିଳୁଛି। ସଲମାନଙ୍କ ପ୍ରାୟ ସବୁ ଫିଲ୍ମକୁ ବମ୍ପର ଓପନିଂ ମିଳେ। ଫିଲ୍ମ ‘ଭାରତ’ ମଧ୍ୟ ବକ୍ସ ଅଫିସରେ ବମ୍ପର ଓପନିଂ କରିଛି।
Something new is coming up pic.twitter.com/jgmLKl6x4y
— Salman Khan (@BeingSalmanKhan) June 9, 2019
ସଲମାନଙ୍କ ଫ୍ୟାନ୍ ଫଲୋଇଂ ବହୁତ ଭଲ। ତେଣୁ ତାଙ୍କ ସବୁ ଶୋ’ ହାଉସଫୁଲ୍ ଯାଏ ଓ ଫିଲ୍ମକୁ ଦମ୍ଦାର ଓପନିଂ ମିଳେ। ଅଲ୍ଲି ଆବାସ ଜାଫରଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ‘ ଭାରତ’ ପୂର୍ବରୁ ଇଦ୍ରେ ରିଲିଜ୍ ହୋଇଥିବା ସଲମାନ ଖାନ୍ଙ୍କ ସବୁ ଫିଲ୍ମର ବକ୍ସ ଅଫିସ କଲେକସନ୍ ରେକର୍ଡକୁ ଭାଙ୍ଗି ଦେଇଛି। ପ୍ରଥମ ଦିନରେ ଏହା ୪୨.୩ କୋଟି ଟଙ୍କା ଆୟ କରିଛି। ଏହା ସଲମାନଙ୍କ ଅଭିନୀତ ପ୍ରଥମ ଫିଲ୍ମ ଯାହା ପ୍ରଥମ ଦିନରେ ସବୁଠାରୁ ଅଧିକ ଆୟ କରିଛି। ଦିୱାଲିରେ ରିଲିଜ୍ ହୋଇଥିବା ସଲମାନଙ୍କ ‘ପ୍ରେମ ରତନ ଧନପାୟୋ’ ପ୍ରଥମ ଦିନରେ ୩୯.୩୨ କୋଟି ଟଙ୍କା ଆୟ କରିଥିଲା।
#EidMubarak pic.twitter.com/nJSVP4Gzqa
— Salman Khan (@BeingSalmanKhan) June 5, 2019
ତେବେ ଇଦ୍ରେ ଫ୍ୟାନ୍ମାନଙ୍କୁ ‘ଭାରତ୍’ ଭେଟ୍ଟି ଦେବା ପରେ ଏବେ ଭାଇଜାନ୍ ଆଉ କ’ଣ ନୂଆ ନେଇ ଆସୁଛନ୍ତି ତାହା ଜାଣବା ପାଇଁ ସମସ୍ତେ ବେଶ୍ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ।
from Odisha Reporter http://bit.ly/2MFoPmD
No comments:
Post a Comment