ସମ୍ୱଲପୁର(ସମୀର ଷଡ଼ଙ୍ଗୀ): ସମ୍ୱଲପୁରର ଅଇଁଠାପାଲି ଥାନା ଅନ୍ତର୍ଗତ ଭାଲୁପାଲି ତିଲେଇମାଲରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ଦୁର୍ବୃତ୍ତ ତାଙ୍କ ମୁଣ୍ଡ କାଟି ନେଇଯାଇ ଫେରାର ହୋଇଯାଇଛନ୍ତି। ପରିବାର ଲୋକେ ମୁଣ୍ଡବିହୀନ ମୃତଦେହ ପଡିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ବି, ହତ୍ୟାକାରୀଙ୍କ ସୁରାଗ ପାଇ ପାରିନି। ମୃତକଙ୍କ ନାଁ ସତ୍ୟନାରାୟଣ ମୁଣ୍ଡା।
ସୂଚନାଅନୁସାରେ, ଗତକାଲି ରାତିରେ ଅସହ୍ୟ ଗୁଳୁଗୁଳି ହେଉଥିବାରୁ ସତ୍ୟନାରାୟଣ ଘର ବାହାରେ ଖଟିଆରେ ମାଶାରୀ ଟାଙ୍ଗି ଶୋଇଥିଲେ। ହେଲେ ଆଜି ଭୋରୁ ତାଙ୍କ ମୁଣ୍ଡ ବିହୀନ ମୃତଦେହ ପଡ଼ିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
ଏନେଇ ସମ୍ବଲପୁର ସଦର ଥାନା ଏସ୍ଡିପିଓ ଭବାନୀ ଶଙ୍କର ଉଦ୍ଗାତା କହିଛନ୍ତି,“ ରାତି ୩ରୁ ଭୋର ସାଢ୪ଟା ମଧ୍ୟରେ କେହି ସତ୍ୟନାରାୟଣ ମୁଣ୍ଡ କାଟି ନେଇ ଯାଇଛି। ତାଙ୍କର କାହା ସହିତ ଶତ୍ରୁତା ଥିବା ନେଇ କିଛି ଜଣାପଡ଼ି ନାହିଁ। କଟାମୁଣ୍ଡ ଖୋଜି ପାଇବା ପାଇଁ ସ୍ଥାନୀୟ ଲୋକଙ୍କ ସହାୟତା ନେଇ ସନ୍ଧାନ କରାଯାଉଛି। ଏଥିସହ ସାଇଣ୍ଟିକ୍ଫିକ୍ ଟିମ୍ ଓ ଡଗ୍ ସ୍କ୍ୱାଡ୍ ଆସି ଘଟଣାର ତଦନ୍ତ କରିବେ।”
from Odisha Reporter http://bit.ly/2K8dsS1
No comments:
Post a Comment