କେଶକୁ ଘନ ଏବଂ ମଜବୁତ୍‌ କରେ ନିମ୍ବ, ଏହିପରି କରନ୍ତୁ ବ୍ୟବହାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 25, 2019

କେଶକୁ ଘନ ଏବଂ ମଜବୁତ୍‌ କରେ ନିମ୍ବ, ଏହିପରି କରନ୍ତୁ ବ୍ୟବହାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିମ୍ବରେ ଅନେକ ଔଷଧିୟ ଗୁଣ ରହିଥାଏ। ଏହା ସ୍ୱାସ୍ଥ୍ୟ ପାଇଁ ଯେତିକି ଉପକାରୀ ଚର୍ମ ପାଇଁ ମଧ୍ୟ ବରଦାନ ସଦୃଶ। ଏହାକୁ ଆମ ତ୍ୱଚାରେ ଅନେକ ଉପାୟରେ ବ୍ୟବହାର କରାଯାଏ। କ’ଣ ଆପଣ ଜାଣିଛନ୍ତି କି, ନିମ୍ବ ଆମ କେଶ ପାଇଁ ବହୁତ ଫାଇଦା ଦେଇଥାଏ। ଯଦି ଆପଣ କେଶକୁ ସୁନ୍ଦର ଏବଂ ଘନ କରିବାକୁ ଚାହୁଁଛନ୍ତି, ତାହାଲେ ବାହାରେ ମିଳୁଥିବା ବିଭିନ୍ନ ପ୍ରକାର ତେଲ ଏବଂ ସାମ୍ପୂ ବ୍ୟବହାର ନ କରି ଘରୋଇ ଉପାୟରେ ଏହି ପ୍ରାକୃତିକ ଜିନିଷ ବ୍ୟବହାର କରନ୍ତୁ।

ଲିମ୍ବ କେଶକୁ ଝଡ଼ିବାକୁ ଦିଏ ନାହିଁ।  ଘନ କରିଥାଏ। କେବଳ ଏତିକି ନୂହେଁ ଏହା କେଶରେ ରୂପି ସମସ୍ୟା ମଧ୍ୟ ଦୂର କରିଥାଏ।

ତାହାଲେ ଆସନ୍ତୁ ଜାଣିବା ଏହାକୁ ଆପଣ କିପରି ବ୍ୟବହାର କରି ସୁଫଳ ପାଇ ପାରିବେ।

ଆପଣ କିଛି ତାଜା ନିମ୍ବ ପତ୍ର ଆଣି ଭଲରେ ଧୋଇ ଦିଅନ୍ତୁ। ଏହା ପରେ ଏହି ପତ୍ରକୁ ଭଲରେ ଗ୍ରାଇଣ୍ଡ କରି ଦିଅନ୍ତୁ। ଏହାକୁ ଏବେ କେଶରେ ଲଗାଇ ୧୦ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ। ଆଉ ପରେ ପାଣିରେ ଧୋଇ ଦିଅନ୍ତୁ। ଏହା କେଶକୁ ମଜବୁତ୍‌ କରିବା ସହ ପ୍ରାକୃତିକ କଣ୍ଡିସନର୍‌ ଭଳି କାମ ଦେବ।

ଯଦି କେଶ ଶୁଷ୍କ ହୋଇଯାଇଛି ତାହାଲେ ତାଜା ନିମ୍ବ ପତ୍ର ଆଣି ଖରାରେ ଶୁଖାଇ ଦିଅନ୍ତୁ। ପତ୍ର ଶୁଖିଗଲା ପରେ ଗ୍ରାଇଣ୍ଡ କରି ଦିଅନ୍ତୁ। ଏହା ପରେ ଆପଣ ନିମ୍ବ ପତ୍ର ଗୁଣ୍ଡକୁ ମହୁରେ ମିଶାଇ କେଶରେ ଲଗାନ୍ତୁ। ଏବଂ କିଛି ସମୟ ପରେ କେଶ ଧୋଇ ଦିଅନ୍ତୁ। ତେଲରେ ମିଶାଇ ମଧ୍ୟ ଆପଣ ଏହାକୁ ଲଗାଇ ପାରିବେ।

ଏହା କଲେ କେଶ ମଜବୁତ୍‌ ହେବ। ଏହା କେଶକୁ ସୁନ୍ଦର ଏବଂ ଘନ ମଧ୍ୟ କରିଥାଏ। ଏହା ସହ ଆପଣଙ୍କ କେଶରେ କୌଣସି ସମସ୍ୟା ହେବାକୁ ଦେବ ନାହିଁ।



from Odisha Reporter https://ift.tt/2Ncz0PK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages