ସମଲେଶ୍ୱରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟଣା: ୩ ନିଲମ୍ବିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 25, 2019

ସମଲେଶ୍ୱରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟଣା: ୩ ନିଲମ୍ବିତ

ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ାରେ ସମଲେଶ୍ୱରୀ ଏକ୍ସପ୍ରେସ୍ ଦୁର୍ଘଟଣାରେ କର୍ତ୍ତବ୍ୟରେ ଅବହେଳା ପାଇଁ କେଉଟଗୁଡ଼ା ଓ ସିଙ୍ଗାପୁର ରୋଡ଼ ଷ୍ଟେସନ ମାଷ୍ଟରଙ୍କୁ ନିଲମ୍ବିତ କରାଯାଇଛି। ଏହାସହ ସିଙ୍ଗାପୁର ରୋଡ଼ର ଜଣେ କ୍ୟାବିନମ୍ୟାନଙ୍କୁ ନିଲମ୍ବିତ କରାଯାଇଥିବା ରେଲୱେ ସୂତ୍ରରୁ ସୂଚନା ମିଳିଛି।

ଏହି ଭୟାବହ ଅଗ୍ନିକାଣ୍ଡ ପରେ କୋରାପୁଟ-ରାୟଗଡ଼ା ରୁଟରେ ରେଳ ଚଳାଚଳ ସ୍ୱାଭାବିକ ହୋଇପାରିନି। ଏବେ ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକ୍ ମରାମିତି କାମ ଚାଲିଛି।

ଗତକାଲି ଅପରାହ୍ଣ ସାଢ଼େ ୪ଟା ସମୟରେ ହାଓ୍ୱଡ଼ାରୁ ଜଗଦଲପୁର ଯାଉଥିବା ସମଲେଶ୍ୱରୀ ଏକ୍ସପ୍ରେସକୁ ସିଙ୍ଗାପୁର ରୋଡ୍-କେଉଟଗୁଡ଼ା ମଝିରେ ଏକ ମେଣ୍ଟନାନ୍ସ ଇଞ୍ଜିନ ଧକ୍କା ଦେଇଥିଲା। ଫଳରେ ସେଥିରେ ନିଆଁ ଲାଗିଯାଇଥିଲା। ଏଥିରେ ଜଣେ ମେଣ୍ଟେନାନ୍ସ ଇଂଜିନ ଡ୍ରାଇଭର ଓ ଦୁଇ ଜଣ କ୍ରିଉ ମେମ୍ବରଙ୍କ ମୃତ୍ୟୁ ଘଟିଥିଲା।

ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ରାୟଗଡ଼ା ଷ୍ଟେସନକୁ ନିଆଯାଇଥିଲା। ସେଠାରେ ରେଲୱେ ପକ୍ଷରୁ ସେମାନଙ୍କ ପାଇଁ ମାଗଣା ରାତ୍ରୀଭୋଜନ ବ୍ୟବସ୍ଥା କରାଯାଇଥିଲା। ଏହାପରେ ଦୁଇଟି ସ୍ୱତନ୍ତ୍ର ବସ୍ ଯୋଗେ ସେମାନଙ୍କୁ କୋରାପୁଟ ପଠାଯାଇଛି।



from Odisha Reporter https://ift.tt/2YfvqFs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages