ପ୍ରସିଦ୍ଧ ନାଟ୍ୟକାର ଓ ଅଭିନେତା ଗିରିଶ କନ୍ନଡ଼ଙ୍କ ପରଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 9, 2019

ପ୍ରସିଦ୍ଧ ନାଟ୍ୟକାର ଓ ଅଭିନେତା ଗିରିଶ କନ୍ନଡ଼ଙ୍କ ପରଲୋକ

ବେଙ୍ଗାଲୁରୁ: ପଦ୍ମ ପୁରସ୍କାରପ୍ରାପ୍ତ ପ୍ରସିଦ୍ଧ ନାଟ୍ୟକାର, ଅଭିନେତା ଓ ନିର୍ଦ୍ଦେଶକ ଗିରିଶ କନ୍ନଡ଼ଙ୍କର ଆଜି ପରଲୋକ ହୋଇଯାଇଛି। ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଆଜି ସକାଳ ସାଢ଼େ ୬ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା।

୧୯୩୮ ମସିହା ମେ’ ୧୯ ତାରିଖରେ ମୁମ୍ବାଇ (ସେତେବେଳର ବମ୍ବେ ପ୍ରେସିଡେନ୍ସୀ)ରେ ସେ ଜନ୍ମ ହୋଇଥିଲେ। ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଛାତ୍ର ଥିଲେ ଓ ସେଠାରେ ପଢ଼ିବା ବେଳେ ହିଁ ତାଙ୍କର ପ୍ରଥମ ନାଟକ ‘ଯଯାତି’ ଲେଖିଥିଲେ। ୧୯୬୧ ମସିହାରେ ସେ ଏହି ନାଟକଟି ଲେଖିଥିଲେ। ତାଙ୍କର ଅନ୍ୟତମ ପ୍ରସିଦ୍ଧ ନାଟକ ହେଉଛି ‘ତୁଗ୍‌ଲକ୍‌’, ଯାହା ସେ ୧୯୬୪ ମସିହାରେ ଲେଖିଥିଲେ। ସେହିପରି ତାଙ୍କର ଆଉ ଏକ ପ୍ରସିଦ୍ଧ ନାଟକ ହେଉଛି ‘ହୟାଭଦାନ’। ଏହି ନାଟକକୁ ସେ ୧୯୭୨ ମସିହାରେ ଲେଖିଥିଲେ।

ନାଟକ ସହିତ ଗିରିଶ ଚଳଚ୍ଚିତ୍ର ଜଗତରେ ବି ସକ୍ରିୟ ଥିଲେ। ୧୯୭୦ ମସିହାରେ କନ୍ନଡ଼ ଫିଲ୍ମ ‘ସମସ୍କାର’ ଜରିଆରେ ସେ ଡେବ୍ୟୁ କରିଥିଲେ। ସେ ହିନ୍ଦୀ ଚଳଚ୍ଚିତ୍ରରେ ବି କାମ କରିଛନ୍ତି।
ତାଙ୍କ ମୃତ୍ୟୁରେ ବିଶ୍ୱବିଖ୍ୟାତ ଲେଖକ ଅମିତାଭ ଘୋଷଙ୍କଠାରୁ ଆରମ୍ଭ କରି ନାଟକ, ଫିଲ୍ମ ଓ ସାହିତ୍ୟ କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତି ଦୁଃଖ ପ୍ରକାଶ କରିଛନ୍ତି।



from Odisha Reporter http://bit.ly/2R0CMdg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages