୪୦ ଡିଗ୍ରୀ ତାପମାତ୍ରାରେ ବି ଜନସେବାରେ ଲାଗି ପଡ଼ିଛନ୍ତି ସର୍‌ଦାର୍‌ ଜି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 9, 2019

୪୦ ଡିଗ୍ରୀ ତାପମାତ୍ରାରେ ବି ଜନସେବାରେ ଲାଗି ପଡ଼ିଛନ୍ତି ସର୍‌ଦାର୍‌ ଜି

ନୂଆଦିଲ୍ଲୀ: ବର୍ତ୍ତମାନ ଅହସ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ବି ବହୁତ ହେଉଛି। ଏହି ସମୟରେ ବାଟରେ ଯିବା ଆସିବା କରୁଥିବା ଲୋକ ହୁଅନ୍ତୁ ବା ପଶୁ ପକ୍ଷୀ ସମସ୍ତଙ୍କୁ ପାଣିର ଆବଶ୍ୟକତା ରହିଛି। ଖରାରେ ତଣ୍ଟି ଶୁଖି ଯାଉଥିବା ବେଳେ ଲୋକଙ୍କ ଅସହାୟତାକୁ ସହ୍ୟ କରି ନ ପାରି ଜଣେ ବୟସ୍କ ବ୍ୟକ୍ତି ଖରାକୁ ଖାତିର୍‌ ନକରି ଲୋକଙ୍କୁ ପାଣି ପିଇବାକୁ ଦେଇ ସେମାନଙ୍କ ଶୋଷ ମେଣ୍ଟାଉଛନ୍ତି।

ଏହି ଘଟଣାଟି ରାଜଧାନୀ ଦିଲ୍ଲୀର। ଖରା ସାଙ୍ଗକୁ ଅସହ୍ୟ ଗରମରେ ଦିଲ୍ଲୀବାସୀ ଅସ୍ତବ୍ୟସ୍ତ ହେଉଛନ୍ତି। ଏହି ସମୟରେ ଜଣେ ବୟସ୍କ ବ୍ୟକ୍ତି ୪୦ ଡିଗ୍ରୀ ତାପମାତ୍ରାକୁ ଖାତିର୍‌ ନକରି ବସ୍‌ ଷ୍ଟପ୍‌ରେ ଠିଆ ହୋଇ ଯିବା ଆସିବା କରୁଥିବା ଲୋକଙ୍କୁ ପାଣି ପିଇବାକୁ ଦେଉଛନ୍ତି।

ଭିଡିଓରେ ଆପଣ ଦେଖିପାରିବେ ଯେ, ବୟସ୍କ ବ୍ୟକ୍ତି ଜଣଙ୍କ ନିଜ ସ୍କୁଟିରେ ପାଣି ଜାର୍‌ ରଖିଛନ୍ତି। ଏବଂ ହାତରେ ଗ୍ଲାସ୍‌ ଧରି ଯେଉଁ ଲୋକମାନଙ୍କୁ ପାଣିର ଆବଶ୍ୟକତା ରହିଛି ସେମାନଙ୍କୁ ଦାନ କରୁଛନ୍ତି।

ଏହି ଭିଡିଓକୁ ଜଣେ ଟ୍ୱିଟର୍‌ ବ୍ୟବହାରକାରୀ ନିଜ ପେଜ୍‌ରେ ଶେଆର୍‌ କରିଛନ୍ତି। ଭିଡିଓଟି ପୁରା ଦେଖିଲେ ଆପଣ ଜାଣିପାରିବେ ଯେ, କେହି କେହି ନିଜ ବଟଲ୍‌ରେ ପାଣି ମାଗିଲେ ମଧ୍ୟ ବ୍ୟକ୍ତି ଜଣଙ୍କ ଦେଉଛନ୍ତି। ବସ୍‌ ଷ୍ଟପେଜ୍‌ରେ ଥିବା ସମୟରେ ଲୋକମାନେ ବସ୍‌ ଭିତରୁ ପାଣି ମାଗିଲେ ସେମାନଙ୍କୁ ଝରକା ବାଟେ ପାଣି ଯୋଗାଇ ଦେଉଛନ୍ତି।

ୟୁଜର୍‌ମାନେ ଏହା ଦେଖି ବୃଦ୍ଧଙ୍କୁ ବହୁତ ଧନ୍ୟବାଦ ଦେବା ସହ ଭିଡିଓଟି ସୋଶାଲ୍‌ ମିଡିଆରେ ବହୁତ ଶେଆର୍‌ ହେଉଛି। ବ୍ୟକ୍ତି ଜଣକଙ୍କ ନାମ ଜଣା ନ ପଡ଼ିଥିଲେ ବି ତାଙ୍କୁ ସର୍‌ଦାର୍‌ ଜି ନାମରେ ଲୋକମାନେ ବହୁତ ଭଲ ପାଇବା ଏବଂ ସମ୍ମାନ ଦେଇଛନ୍ତି।

 



from Odisha Reporter http://bit.ly/2KapjPs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages