ଭାଙ୍ଗିଲା ପ୍ରଜା ବେଦିକା, ଆଜି ସକାଳେ ଛୁଟି କାଟି ଆନ୍ଧ୍ରପ୍ରଦେଶ ପହଞ୍ଚିଲେ ନାଇଡୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 25, 2019

ଭାଙ୍ଗିଲା ପ୍ରଜା ବେଦିକା, ଆଜି ସକାଳେ ଛୁଟି କାଟି ଆନ୍ଧ୍ରପ୍ରଦେଶ ପହଞ୍ଚିଲେ ନାଇଡୁ

ଅମରାବତୀ: ରାତି ଅଧରେ ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସମୟରେ ହୋଇଥିବା  ‘ପ୍ରଜା ବେଦିକା’ ଘରେ ବୁଲଡୋଜର ବୁଲିଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ନାଇଡୁଙ୍କ ସରକାର ବେଳେ ହୋଇଥିବା ଏହି ଘରକୁ ବେଆଇନ ଦର୍ଶାଇ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଗତକାଲି ରାତିରେ ଆନ୍ଧ୍ରପ୍ରଶାସନ ଭାଙ୍ଗିବା କାମ ଆରମ୍ଭ କରିଛି। ସବୁଠୁ ବଡ଼ କଥା ହେଲା ପ୍ରଜା ବେଦିକା ଭଙ୍ଗାଯାଉଥିବାବେଳେ ଚନ୍ଦ୍ରବାବୁ ନାଇଡୁ ପରିବାର ସହ ବିଦେଶରେ ଛୁଟି କାଟୁଥିଲେ। ଆଜି ସକାଳୁ ଆସି ପହଞ୍ଚିଥିବା ସୂଚନା ରହିଛି। ଆଜି ପ୍ରଜା ବେଦିକା ନିକଟକୁ ଚନ୍ଦ୍ର ବାବୁ ନାଇଡୁ ଯିବାର କାର୍ଯ୍ୟକ୍ରମ ରହିଛି।

ଆନ୍ଧ୍ରପ୍ରଦେଶର ପୂର୍ବତନ ଟିଡିପି ସରକାର ଅମଳରେ ପ୍ରଜା ବେଦିକାର ନିର୍ମାଣ ହୋଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନିବାସ ନିକଟ କ୍ରିଷ୍ଣା ନୀଦ କୂଳରେ ପ୍ରାୟ ୫ କୋଟି ଟଙ୍କା ବିନିଯୋଗରେ ଏହି କୋଠା ୨୦୧୭ରେ ନିର୍ମାଣ କରାଯାଇଥିଲା। ଆଜି ସକାଳ ସୁଦ୍ଧା ପ୍ରଜା ବେଦିକାର ଅନେକ କାନ୍ଥ ଭାଙ୍ଗି ଦିଆଯାଇଛି। ଆଗାମୀ ଦୁଇ ଦିନ ମଧ୍ୟରେ ସଂପୂର୍ଣ୍ଣ କୋଠାକୁ ଭଙ୍ଗାଯିବାର ଲକ୍ଷ୍ୟ ରଖିଛି ଆନ୍ଧ୍ର ସରକାର ।

ଘର ଭାଙ୍ଗିବା ପୂର୍ବରୁ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ଅଧିକାରୀଙ୍କ ମଧ୍ୟରେ ଦୁଇ ଦିନିଆ ବୈଠକ ହୋଇଥିଲା। ଏହାପରେ ପ୍ରଜା ବେଦିକାରେ ଥିବା ଆସବାପତ୍ର ଏବଂ ଇଲେକ୍ଟ୍ରୋନିକ୍ସ ଉପକରଣ ହଟାଇଥିଲେ। ଜଗନ ସରକାରଙ୍କ ଏହି ନିଷ୍ପତ୍ତିକୁ ଟିଡିପି ବିରୋଧ କରୁଥିବାରୁ ପ୍ରଜା ବେଦିକା ନିକଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି।

ପୂର୍ବରୁ ଚନ୍ଦ୍ରବାବୁଙ୍କ ସୁରକ୍ଷା ପ୍ରୋଟୋକଲକୁ ହ୍ରାସ କରିଥିବା ଜଗନ ମୋହନ ଗତକାଲି ଚନ୍ଦ୍ରବାବୁଙ୍କ ପୁଅ ତଥା ପୂର୍ବତନ ମନ୍ତ୍ରୀ ନାରା ଲୋକେଶଙ୍କ ଜେଡ୍‌ ପ୍ଲସ ସୁରକ୍ଷା ପ୍ରତ୍ୟାହାର କରିନେଇଛନ୍ତି। ଏବେ ୨+୨ ସୁରକ୍ଷା ବ୍ୟବସ୍ଥା ଲୋକେଶଙ୍କୁ ଯୋଗାଇ ଦେଇଛନ୍ତି ଆନ୍ଧ୍ର ସରକାର। ଏଥିସହ ନାଇଡୁଙ୍କ ପରିବାର ଲୋକଙ୍କର ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର ହୋଇଛି।

ସରକାରକୁ ଆସିବା ପରେ ଜଗନ ସରକାର ଚନ୍ଦ୍ରବାବୁ ନାଇଡୁଙ୍କ ସରକାରରେ ହୋଇଥିବା ବିଭିନ୍ନ କାମର ତଦାରଖ କରୁଛନ୍ତି, ଅସୁବିଧା ଥିଲେ କାମ ବାତିଲ କରି ଦେଉଛନ୍ତି।



from Odisha Reporter https://ift.tt/2RGiLZW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages