ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇର ଅନ୍ଲାଇନ୍ ଟେଷ୍ଟ ହେବ। ପ୍ରଥମଥର ଲାଗି ପିଜି ସ୍ତରର କୋର୍ସ ପାଇଁ ଓଜେଇଇ ପକ୍ଷରୁ ଅନଲାଇନ୍ ଟେଷ୍ଟ କରାଯାଉଛି। ଇଞ୍ଜିନିୟରିଂ ଓ ପ୍ରଫେସନାଲ୍ କୋର୍ସରେ ନାମ ଲେଖାଇବା ପାଇଁ ୧୭ ହଜାର ୩୫୫ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ତିନୋଟି ସିଟିଂରେ ଏମ୍.ଟେକ୍, ଏମ୍.ଆର୍କ, ଏମ୍.ଫାର୍ମ, ଏମ୍. ପ୍ଲାନ୍ ଓ ଏମ୍ସିଏ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ସିଟିଂ ସକାଳ ୯ଟାରୁ ୧୧ ଟା, ଦ୍ୱିତୀୟ ସିଟିଂ ଅପରାହ୍ଣ ୧ଟାରୁ ୩ଟା ଓ ତୃତୀୟ ସିଟିଂ ଅପରାହ୍ନ ସାଢେ ୪ଟା ରୁ ସାଢେ ୬ଟା ଯାଏ ଚାଲିବ। ୮ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ।
ସେହିପରି ରବିବାର ହେବାକୁ ଥିବା ଏଣ୍ଟ୍ରାନ୍ସରେ କେବଳ ଏମ୍ବିଏ ପାଠ୍ୟକ୍ରମ ଲାଗି ଦୁଇଟି ସିଟିଂରେ ପରୀକ୍ଷା ହେବ। ପ୍ରଥମ ସିଟିଂ ସକାଳ ୧୦ ଟାରୁ ୧୨ଟା ଏବଂ ଦ୍ୱିତୀୟ ସିଟିଂ ଅପରାହ୍ଣ ୩ଟାରୁ ୫ଟା ଯାଏ ଅନୁଷ୍ଠିତ ହେବ। ଦ୍ୱିତୀୟ ଦିନରେ ୯ ହଜାର ୩୫୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଛାତ୍ରଛାତ୍ରୀମାନେ ଦେଢ଼ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରକୁ ନୂଆ ଆଡମିଟ୍ କାର୍ଡ ନେଇ ପ୍ରବେଶ କରିବେ। ବାତ୍ୟା ‘ଫୋନି’ ଲାଗି ଅନ୍ଲାଇନ୍ ପରୀକ୍ଷାକୁ ଘୁଞ୍ଚାଯାଇଥିଲା।
from Odisha Reporter http://bit.ly/2XwN8ny
No comments:
Post a Comment