ଟ୍ରକ୍‌ ପଛରେ ପିଟି ହେଲା ବୋଲେରୋ; ୨ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 5, 2019

ଟ୍ରକ୍‌ ପଛରେ ପିଟି ହେଲା ବୋଲେରୋ; ୨ ମୃତ

ବାଲୁଗାଁ(ଶକ୍ତି ପ୍ରସାଦ ମହାପାତ୍ର):ଖୋର୍ଦ୍ଧା ଜିଲ୍ଲା ସୁନାଖଳା ୧୬ ନମ୍ୱର ଜାତୀୟ ରାଜପଥ ଠାରେ ଏକ ବୋଲେରୋ ଟ୍ରକ୍‌ ପଛପଟେ ପିଟି ହୋଇଛି। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ମୃତାହତଙ୍କ ପରିଚୟ ମିଳିପାରି ନାହିଁ।

ଗତକାଲି ବିଳମ୍ୱିତ ରାତି ପ୍ରାୟ ୩ଟାରେ ଏହି ଦୁର୍ଘଟଣା ଘଟିଛି। ସୁନାଖଳ ଛକଠାରେ ଏକ ଟ୍ରକ୍‌ ଠିଆ ହୋଇଥିବା ବେଳେ ବୋଲେରୋ ଆସି ପଛପଟୁ  ପିଟି ହୋଇଥିଲା।  ଖବର ପାଇ ନାଚୁଣୀ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି  ଗୁରୁତରମାନଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ସେଠାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ପୁଲିସ୍‌ ସୂଚନା ଦେଇଛି।

ବୋଲେରୋଟି ରାୟଗଡ଼ା ଜିଲ୍ଲା ବିଷମକଟକରୁ ଭୁବନେଶ୍ୱର ଯାଉଥିଲା।



from Odisha Reporter http://bit.ly/2IqjF8J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages