ସାଉଥହାମ୍ପଟନ୍: ବୁଧବାର ଖେଳାଯାଇଥିବା ୨୦୧୯ ବିଶ୍ୱକପ୍ ମୁକାବିଲାରେ ରୋହିତ୍ ଶର୍ମାଙ୍କ କମାଲ। ୧୨୨ ରନ୍ କରି ନଟ୍ ଆଉଟ ଥିବା ରୋହିତ୍ ଶର୍ମାଙ୍କ ଲଢ଼ୁଆ ଶତକ ବଳରେ ଭାରତ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏଥିସହିତ ରୋହିତ୍ ୱାନ୍ଡେ ଇଣ୍ଟରନେଶନାଲ କ୍ୟାରିୟରରେ ୨୩ତମ ଶତକ ଯୋଡ଼ି ହୋଇଛି। ତା’ସହ ସେ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ନାମରେ ଥିବା ରେକର୍ଡ଼କୁ ଭାଙ୍ଗିଛନ୍ତି । ସୌରଭଙ୍କ ନାମରେ ୱାନ୍ଡେ ଇଣ୍ଟରନ୍ୟାଶନାଲରେ ୨୨ତମ ଶତକ ଥିବା ବେଳେ ରୋହିତ୍ ୨୩ତମ ଶତକ ହାସଲ କରି ସଭିଙ୍କ ପ୍ରଶଂସା ସାଉଁଟିଛନ୍ତି। ଉକ୍ତ ମ୍ୟାଚ୍ ସହ ରୋହିତ୍ ଶର୍ମା ନିଜର ଇଣ୍ଟରନ୍ୟାଶନାଲ ୧୨୦୦୦ ରନ୍ ପୂରଣ କରିପାରିଛନ୍ତି।
ଗତକାଲି ଦମ୍ଦା ବିଜୟ ସହ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ। । ସାଉଥହାମ୍ପଟନ୍ ଭାରତ ଖେଳିଥିବା ତାର ପ୍ରଥମ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୬ ଓ୍ୱିକେଟ୍ରେ ହରାଇ ଦେଇଛିା ଦକ୍ଷିଣ ଆଫ୍ରିକା ୯ ଓ୍ୱିକେଟ ହରାଇ ୨୨୭ ରନ ସଂଗ୍ରହ କରିଥିଲା । ଜବାବରେ ଭାରତ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟରେ ପରାସ୍ତ କରିଛି।
from Odisha Reporter http://bit.ly/2MrFSbp
No comments:
Post a Comment