ଆଜିଠାରୁ ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ରାୟପୁରକୁ ସିଧା ବିମାନ ସେବା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 4, 2019

ଆଜିଠାରୁ ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ରାୟପୁରକୁ ସିଧା ବିମାନ ସେବା

ଝାରସୁଗୁଡ଼ା (ଭାଗିରଥୀ ସାହୁ): ଆଜିଠାରୁ ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ରାୟପୁରକୁ ସିଧା ଉଡ଼ିବ ବିମାନ। ଏନେଇ ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ପ୍ରତିଦିନ ସକାଳ ୧୦ଟା ୩୫ମିନିଟ୍‌ରେ ଝାରସୁଗୁଡ଼ାରୁ ଭୁବନେଶ୍ୱରକୁ ବିମାନ ଉଡ଼ିବ। କିନ୍ତୁ ଆଜି ପ୍ରଥମ ଦିନ ହୋଇଥିବାରୁ ଝାରସୁଗୁଡ଼ାରୁ ଭୁବନେଶ୍ୱରକୁ ଦିନ ୧୧ଟା୧୫ ମିନିଟ୍‌ରେ ବିମାନ ଉଡ଼ିବ। ସେହିପରି ଝାରସୁଗୁଡ଼ାରୁ ରାୟପୁରକୁ ଆଜି ଅପରାହ୍ଣ ୫ଟା ୧୫ରେ ବିମାନ ଉଡ଼ିବ।

ଆଲିଏନ୍ସ ଏୟାର ତରଫରୁ ATR-72 ବିମାନ ଚଳାଚଳ କରିବ। ଏହି କମ୍ପାନୀ ହେଉଛି ଏୟାର ଇଣ୍ଡିଆର ସବ୍‌ସିଡାରୀ ସଂସ୍ଥା।

ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ ୩୧ରୁ ଉଡ଼ାନ୍‌ ଯୋଜନା-୩ରେ ସ୍ପାଇସ୍ ଜେଟ୍‌ ଝାରସୁଗୁଡ଼ା ବିମାନ ବନ୍ଦରରୁ ଦେଶର ତିନିଟି ପ୍ରମୁଖ ସହର ନୂଆଦିଲ୍ଲୀ, ହାଇଦ୍ରାବାଦ ଓ କୋଲକାତାକୁ ବିମାନ ସେବା ଯୋଗାଉଛି।

ଆଜିଠାରୁ ଭୁବନେଶ୍ୱର ଓ ରାୟପୁରକୁ ସିଧା ବିମାନ ସେବା ଆରମ୍ଭ ହେଉଥିବାରୁ ଏହାକୁ ସ୍ୱାଗତ କରିଛନ୍ତି ଝାରସୁଗୁଡ଼ାବାସୀ। ତେବେ ଶୀଘ୍ର ମୁମ୍ବାଇ ଓ ବାଙ୍ଗାଲୋରକୁ ମଧ୍ୟ ବିମାନ ଚଳାଚଳ ପାଇଁ ଦାବି ହୋଇଛି।



from Odisha Reporter http://bit.ly/31b9AoE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages