ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘରେ ମହିଳାମାନଙ୍କ ହାତରେ ଚାବିକାଠି ରହିଥାଏ। ପୁରୁଷ ସିନା ରୋଜଗାର କରିଥାନ୍ତି, କିନ୍ତୁ ଘରର ସବୁ ଦାୟିତ୍ୱ ମହିଳା ହିଁ ନେଇଥାନ୍ତି। ଘରର ଧନ ସମୃଦ୍ଧି ରକ୍ଷା କରିବା ଦାୟିତ୍ୱ ମହିଳାମାନଙ୍କ ହାତରେ ହିଁ ରହିଥାଏ। ସେମାନେ ଘରର ସବୁ ଚାବିକୁ ଏକାଠି କରି ସମ୍ଭାଳି ରଖିଥାନ୍ତି।
ଏହି ଚାବିକୁ ସମ୍ଭାଳି ରଖିବାର ମଧ୍ୟ ବିଶେଷ ସ୍ଥାନ ରହିଛି। ଯାହାକୁ ଆପଣେଇଲେ ଘରେ କେବେ ଟଙ୍କା ପଇସାର ବେକାର୍ ଖର୍ଚ୍ଚ ହୋଇନଥାଏ। ଭୁଲ ଦିଗରେ ଚାବି ରଖିଲେ ପଇସା ମାମଲାରେ ଆପଣ ପଛରେ ପଡ଼ି ପାରନ୍ତି। ଆଜି ଆପଣଙ୍କୁ ଘରର ଚାବି ରଖିବାର ସଠିକ୍ ସ୍ଥାନ ବିଷୟରେ କହିବୁ ଯାହାକୁ ଆପଣେଇ ଆପଣଙ୍କ ଭାଗ୍ୟ ଖୋଲିପାରିବେ।
ପ୍ରାଚିନ କାଳରେ ମହିଳାମାନେ ଚାବିକାଠିକୁ ଅଣ୍ଟାରେ ରଖୁଥିଲେ। ଏହାକୁ ମଧ୍ୟ ଶୁଭ ବୋଲି ଧରାଯାଏ। କିନ୍ତୁ ଏହାକୁ ତକିଆ ତଳେ ରଖିବା ଅଶୁଭ ବୋଲି କୁହାଯାଏ। ଆପଣ ଯେତେ ଧନ କମାନ୍ତୁ ପଛେ ଚାବିକୁ ଯଦି ତକିଆ ତଳେ ରଖିବେ ଟଙ୍କା ପଇସାକୁ କେବେ ସ୍ଥିର କରି ରଖି ପାରିବେ ନାହିଁ। ତାହା କୌଣସି ନା କୌଣସି ବାଟରେ ଖର୍ଚ୍ଚ ହୋଇଯିବ।
ଚାବିକାଠିକୁ ଆପଣ ଡ୍ରଇଂ ରୁମ୍ରେ ଟାଙ୍ଗିକି ରଖନ୍ତୁ ନାହିଁ। ଏହାକୁ ବାଥ୍ରୁମ୍ କାନ୍ଥରେ ମଧ୍ୟ ଟାଙ୍ଗିକି ରଖିବା ଉଚିତ୍ ନୁହେଁ। ଏହାକୁ ଟାଙ୍ଗିବାର ଠିକ୍ ଦିଗ ହେଲା ଉତ୍ତର ଦିଗ। ଏହି ଦିଗରେ ଚାବିକାଠି ଟାଙ୍ଗିଲେ ମା ଲକ୍ଷ୍ମୀଙ୍କ ବିଶେଷ କୃପା ହୋଇଥାଏ। ଘରେ କେବେ ଧନର ଅଭାବ ହୋଇ ନଥାଏ।
from Odisha Reporter http://bit.ly/2WpSVyE
No comments:
Post a Comment