ଗଜାନନ ବେଶରେ କାହିଁକି ଦର୍ଶନ ଦିଅନ୍ତି ମହାପ୍ରଭୁ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 16, 2019

ଗଜାନନ ବେଶରେ କାହିଁକି ଦର୍ଶନ ଦିଅନ୍ତି ମହାପ୍ରଭୁ?

ଭୁବେନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀକ୍ଷେତ୍ରରେ ଶ୍ରୀଜିଉ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ। ଏହାପରେ କାଲିଠୁ ଜ୍ୱରରେ ପଡ଼ିବେ। ହେଲେ ଅଣସରକୁ ଯିବା ଆଗରୁ ଏମିତି ମନଲୋଭା ବେଶରେ ଦର୍ଶନ ଦେବ ଯେ, ଦେଖିଲା ଲୋକର ମନ ଲାଖିଯିବ। ଏହି ବେଶଟି ହେଉଛି, ଗଜାନନ ବା ଗଣପତି ବେଶ। ଏହି ବେଶ ପଛରେ ୨ଟି ସୁନ୍ଦର କଥା ଶୁଣିବାକୁ ମିଳେ।

ଗବେଷଣା କହେ, ପଞ୍ଚଦେବତା (ଗଣେଶ, ନାରାୟଣ, ରୁଦ୍ର, ଅମ୍ବିକା ଓ ସୂର୍ଯ୍ୟ) ଉପାସନା ବିଧିରେ ସର୍ବପୂଜ୍ୟ ଏବଂ ସର୍ବପ୍ରଥମ ଦେବତା ଭାବେ ପୂଜାର ଅଧିକାରୀ ହେଉଛନ୍ତି ଗଣେଶ। ଏଥିପାଇଁ ପ୍ରତି ପୂଜାରେ ଗଣେଶଙ୍କୁ ପ୍ରଥମେ ଆବାହନ କରାଯାଇଥାଏ। ଜ୍ୟେଷ୍ଠ ପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମାରୁ ଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରାର ଆରମ୍ଭ ହୋଇଥାଏ। ଏଥିପାଇଁ ମହାପ୍ରଭୁଙ୍କ ପ୍ରଥମ ବାହାର ବିଜେ ସମୟରେ ଠାକୁରଙ୍କୁ ହାତୀ ବା ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ। ଏପରିକି ଏହିଦିନ ମହାପ୍ରଭୁ ଗଣେଶ ହୋଇ ଶୁଣ୍ଢ ବୁଡ଼ାଇ ମହାପ୍ରସାଦ ଖାଉଥିବା ପରିକଳ୍ପନା କରି ବିଗ୍ରହଙ୍କ ଆସ୍ଥାନ ଚାରିପଟେ ଭୋଗ ବଢ଼ାଯାଇ ମଣୋହି ହୋଇଥାଏ।

ହେଲେ ଦ୍ୱିତୀୟ କାରଣଟି ଅତ୍ୟନ୍ତ ରୋଚକ। ଜଣେ ଅଣଓଡ଼ିଆ ଭକ୍ତଙ୍କ ଲାଗି ମହାପ୍ରଭୁ ଏହି ବେଶରେ ସଜ୍ଜିତ ହେଉଥିବା କୁହାଯାଏ।

କାହାଣୀଟି ହେଉଛି ଏମିତି। କର୍ଣ୍ଣାଟକର ଭଗବାନ ଗଣେଶଙ୍କ ପ୍ରଚଣ୍ଡ ଭକ୍ତ ଥିଲେ ଗଣପତି ଭଟ୍ଟ। ଜାତିରେ ବ୍ରାହ୍ମଣ ଥିବା ଏହି ଭକ୍ତ ଜଣକ ନିଜର କିଛି ଅନୁଗତଙ୍କଠାରୁ ଜାଣିବାକୁ ପାଇଥିଲେ ଯେ, ଉତ୍କଳ ପ୍ରାନ୍ତରେ ପୂଜା ପାଉଥିବା ଜଗନ୍ନାଥ ହେଉଛନ୍ତି ବ୍ରହ୍ମସ୍ୱରୂପ । ସେ ହିଁ ଗଣପତି। ଏହି କଥା ଶୁଣିବା ପରେ ଜଗନ୍ନାଥ ଦର୍ଶନ ପାଇଁ ଗଣପତି ଭଟ୍ଟ ଅତ୍ୟନ୍ତ ବ୍ୟାକୁଳ ହୋଇ ପୁରୀରେ ପହଞ୍ଚନ୍ତି। ହେଲେ ହସ୍ତପାଦ ବିହୀନ ଶ୍ରୀ ବିଗ୍ରହଙ୍କୁ ଦେଖି ତାଙ୍କର ମନ ମରିଯାଏ। ସେ ଜଗନ୍ନାଥଙ୍କ ପାଖରେ ଗଣେଶଙ୍କୁ ଦର୍ଶନ ନ କରି ଦୁଃଖ ମନରେ ଶ୍ରୀକ୍ଷେତ୍ରରୁ ଫେରିଯିବାକୁ ବସନ୍ତି। ଆଉ ଏହି କଥା ଅନ୍ତର୍ଯ୍ୟାମୀ ଜଗନ୍ନାଥ ଜାଣିବା ପରେ ଜଣେ ସନ୍ୟାସୀ ବେଶରେ ଭଟ୍ଟଙ୍କୁ ଶ୍ରୀମନ୍ଦିର ଅଭିମୁଖେ ଫେରି ଆସିବାକୁ କୁହନ୍ତି। ଯନ୍ତ୍ରବତ୍‌ ପରିଚାଳିତ ହୋଇ ଭଟ୍ଟ ବଡଦାଣ୍ଡରେ ପହଞ୍ଚନ୍ତି। ସୌଭାଗ୍ୟକୁ ସେଦିନ ଥାଏ ଜ୍ୟେଷ୍ଠ ପୂର୍ଣ୍ଣିମା। ଆଉ ଠାକୁର ବସିଥାନ୍ତି ଗଣେଶ ହୋଇ। ମଥାରେ ମାଳ ଚୂଳ ଲାଗିଥିବା ଏହି ବିଗ୍ରହଙ୍କ ଚୂଡ଼ା ଦେଶରେ ଶୋଭା ପାଉଥାଏ ଦୁବ। ଯାହା ଭଗବାନ ଗଣେଶଙ୍କର ଅତି ପ୍ରିୟ। ଏବଂ ଚାରିପଟେ ବଢ଼ା ହୋଇଥାଏ ପ୍ରସାଦ। ଏଭଳି ଦୃଶ୍ୟ ଦେଖି ଭାବ ଗଦ୍‌ଗଦ୍‌ ହୋଇ ସ୍ନାନ ମଣ୍ଡପରେ ଚଢି ସେ ଦର୍ଶନ କରନ୍ତି ଗଣେଶ ରୂପି ଜଗନ୍ନାଥଙ୍କୁ। ରାଜାଙ୍କ ନିର୍ଦ୍ଦେଶରେ ଏହି ବେଶ ସେବେଠାରୁ ପ୍ରତି ବର୍ଷ ସ୍ନାନ ମଣ୍ଡପରେ ଅନୁଷ୍ଠିତ ହୋଇ ଆସୁଛି ଓ ବଖାଣୁଛି ଭାବ ବିନୋଦିଆ ଜଗନ୍ନାଥଙ୍କ ଦିବ୍ୟ ଲୀଳା ସମ୍ପର୍କରେ।



from Odisha Reporter http://bit.ly/2ZrgioL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages