ସମ୍ୱଲପୁର(ସଞ୍ଜୟ ଜେନା): ପ୍ରସିଦ୍ଧ ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରା ପାଇଁ ଆଜି ନନ୍ଦପଡ଼ାର ବମ୍ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ବିବାହ ପାଇଁ ପତରପେଣ୍ଡି ବା ନିର୍ବନ୍ଧ କରାଯିବ।
ରାତିରେ ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିରରୁ ସପ୍ତଋଷି ପଣ୍ଡିତ ମଣ୍ଡଳୀ ବାଜା ବାଣ ଶୋଭାଯାତ୍ରା ନେଇ କନ୍ୟା ମାତା-ପିତାଙ୍କ ଘରେ ପହଞ୍ଚିବେ। ବରପକ୍ଷ ମହାଦେବଙ୍କ ସହିତ ଦେବୀ ପାର୍ବତୀଙ୍କ ବିବାହ ସମ୍ପନ୍ନ କରିବା ପାଇଁ ପ୍ରସ୍ତାବ ଦେବେ। ଏହାସହ କନ୍ୟା ପକ୍ଷଙ୍କୁ ଏକ ସର୍ଗି ପତ୍ର ବିଡ଼ା ଦେଇ ବିବାହ ପାଇଁ ନିର୍ବନ୍ଧ ପକ୍କା କରାଇବେ।
ଆଜି କେବଳ ବାବା ବାଲୁଙ୍କେଶ୍ୱରଙ୍କ ପତରପେଣ୍ଡି ଅନୁଷ୍ଠିତ ହେଉଥିବାବେଳେ ଆସନ୍ତା ୫ ତାରିଖ ଦିନ ଅନ୍ୟ ସମସ୍ତ ଯାତ୍ରା କମିଟିର ପତରପେଣ୍ଡି ବା ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହେବ।
from Odisha Reporter http://bit.ly/2Xu8Hp3
No comments:
Post a Comment