ମୁମ୍ବାଇ: ବଲିଉଡର ହାର୍ଟଥ୍ରୋବ ହ୍ରିତିକ ରୋଶନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ସୁପର 30’ ରେ ଫିମେଲ ଲିଡରେ ଅଛନ୍ତି ମୃଣାଳ ଠାକୁର । ବଲିଉଡର ଆଗ ଧାଡ଼ିର ନାୟକ ହ୍ରିତିକଙ୍କ ବିପକ୍ଷରେ ତାଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରି ପାରିଛି।
ଏକ ସାକ୍ଷାତକାରରେ ମୃଣାଳ ନିଜ ସମ୍ପର୍କରେ ଖୁବ୍ ରୋଚକ ତଥ୍ୟ ସମ୍ପର୍କରେ ଖୁଲାସା କରିଛନ୍ତି। ଛୋଟ ବେଳେ ଏହି ଅଭିନେତ୍ରୀ ପକେଟ୍ ମନି ଲାଗି ଭିନ୍ନ ଭିନ୍ନ କାମ କରୁଥିଲେ। ମୃଣାଳ କହିଛନ୍ତି ଯେ, ଛୋଟ ଥିବା ବେଳେ ପିତାଙ୍କଠାରୁ ଅଧିକ ଟଙ୍କା ନେବାକୁ ଥିଲେ ସେ ତାଙ୍କ ବୁଟ୍ ମଧ୍ୟ ପଲିସି କରିବାକୁ ମଧ୍ୟ ପଛାଉ ନ ଥିଲେ।
ଥରେ ବୁଟ୍ ପଲିସି କଲେ ତାଙ୍କୁ ଦେଢ ଟଙ୍କା ମିଳୁଥିବା ମଧ୍ୟ କହିଛନ୍ତି ଏହି ଅଭିନେତ୍ରୀ। ଏହାବ୍ୟତୀତ ସେ ପାର୍ଟ ଟାଇମ୍ ଭାବେ ମେହେନ୍ଦୀ ଲଗାଇବା କାମ କରି ମଧ୍ୟ କିଛି ଟଙ୍କା ରୋଜଗାର କରି ଦେଉଥିଲେ।
ଦିନ ସାରା ଏପରି କାମ କରିବା ଦ୍ୱାରା ସନ୍ଧ୍ୟା ବେଳକୁ ବହୁତ ଖୁଚୁରା ପଇସା ହୋଇ ଯାଉଥିବାରୁ ସେ ଖୁବ ଖୁସି ହୋଇଥଲେ। ସେ କହିଥିଲେ। କିନ୍ତୁ ବାପାଙ୍କ ବୁଟ୍ ପଲିସି କରି ଖୁବ୍ ମଜା ପାଉଥିବା ସେ କହିଛନ୍ତି। କିନ୍ତୁ ବାସ୍ତବରେ ସେ ଡ୍ରଇଂ, ପେଟିଙ୍ଗକୁ ବହୁତ ଭଲ ପାଉଥିବା କହିଛନ୍ତି ମୃଣାଳ ।
ମୃଣାଳ ‘ଲଭ ସୋନିଆ’ ଫିଲ୍ମରେ ବଲିଉଡରେ ଏଣ୍ଟ୍ରି କରିଥିଲେ। ଜଣେ କଳାକାର ହିସାବରେ ସେ କେବଳ ନିଜ ଅଭିନୟ ଉପରେ ହିଁ ଗୁରୁତ୍ୱ ଦେଉଥିବା କହିଛନ୍ତି। ‘ଲଭ ସୋନିଆ’ ପରି ଫିଲ୍ମରୁ କ୍ୟାରିଅର ଆରମ୍ଭ କରିଥିବାରୁ ଲୋକେ ମୋତେ ପାଗଳ ମଧ୍ୟ କହିବା ଆରମ୍ଭ କରି ଦେଇଥିଲେ। ହେଲେ ସେ କାହା କଥାକୁ ଖାତିର ନ କରି ନିଜ କାମ ଉପରେ ଫୋକସ୍ କରୁଥିବା କହିଛନ୍ତି।
from Odisha Reporter https://ift.tt/2jEgGRH
No comments:
Post a Comment