ଦିଲ୍ଲୀରେ ଓଡ଼ିଆ ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 12, 2019

ଦିଲ୍ଲୀରେ ଓଡ଼ିଆ ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ଓଡ଼ିଆ ମହିଳାଙ୍କୁ ଦୈନିକ ଖବରକାଗଜର ଜଣେ ସାମ୍ବାଦିକ ଯୌନ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଛି। ମହିଳାଙ୍କ ଅଭିଯୋଗ ପରେ ସଂପୃକ୍ତ ସାମ୍ବାଦିକଙ୍କ ନାଁରେ ଏତଲା ଦିଆଯାଇଛି। ହେଲେ ଏଯାଏ ତାଙ୍କୁ ଗିରଫ କରାଯାଇ ନାହିଁ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଗୁରୁଗ୍ରାମ ଅଞ୍ଚଳରେ ରହୁଥିବା ସାମ୍ବାଦିକଙ୍କ ଘରେ ମହିଳା ଜଣକ କାମ କରୁଥିଲେ। ତେବେ ଗତ ୪ ତାରିଖ ରାତିରେ ସାମ୍ୱାଦିକ ଜଣକ ମହିଳାଙ୍କ କୋଠରିକୁ ଯାଇ ଅଶ୍ଲୀଳ ଆଚରଣ କରିଥିଲେ। ମହିଳା ଜଣକ କୌଣସି ପ୍ରକାରେ ସେଠାରୁ ଖସି ଆସି ତାଙ୍କର ଜଣେ ବନ୍ଧୁଙ୍କ ଘରେ ଆଶ୍ରୟ ନେଇଥିଲେ। ଏହାପରେ ସେ ପୁଲିସ ନିକଟରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ମହିଳାଙ୍କ ଅଭିଯୋଗ ଆଧାରରେ ସଂପୃକ୍ତ ସାମ୍ବାଦିକଙ୍କ ନାଁରେ ଏକ ମାମଲା ରୁଜୁ କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2ldxPSJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages