ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଦେବ ଦେବ ମହାଦେବଙ୍କ ନିକଟରେ ଜଳଲାଗି କରୁଛନ୍ତି କାଉଡ଼ିଆ। କଟକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ବାବାଙ୍କ ମନ୍ଦିରରେ ଶ୍ରାବଣର ପ୍ରଥମ ସୋମବାର ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଭୋର ୩ଟାରୁ ମନ୍ଦିର ଫିଟାଯିବା ପରେ ଦର୍ଶନ ଓ ଜଳଲାଗି ଆରମ୍ଭ ହୋଇଥିଲା। ଝୁଲା ପୋଲଠାରୁ ଆରମ୍ଭ କରି ମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡ କରାଯାଇଛି।
ସେହିପରି ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ପ୍ରସ୍ତୁତି କରିଛି ପ୍ରଶାସନ। ଭୋର ୩ଟାରୁ ମନ୍ଦିର ଖୋଲାଯିବା ପରେ ପୂଜାର୍ଚ୍ଚନା ଓ ଜଳଲାଗି ଆରମ୍ଭ ହୋଇଥିଲା। ଶୃଙ୍ଖଳିତ ଦର୍ଶନ ଓ ଜଳଲାଗି ପାଇଁ ବ୍ୟାରିକେଡ କରାଯିବା ସହ ୨ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।
ପୁରୀ ଲୋକନାଥଙ୍କ ପୀଠରେ ପୁଲିସ ଓ ଶ୍ରୀଲୋକନାଥ ଦେବ ଟ୍ରଷ୍ଟି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣି ଧାମରେ ଭୋରରୁ ମନ୍ଦିର ଖୋଲାଯିବା ପରେ କାଉଡ଼ିଆ ମାନେ ମହାଦେବଙ୍କୁ ଜଳଲାଗି କରିଛନ୍ତି।
from Odisha Reporter https://ift.tt/30JElQv
No comments:
Post a Comment