ରାଜଧାନୀରେ ବିକ୍ରି ହେଉଛି ପ୍ଲାଷ୍ଟିକ୍ ଅଣ୍ଡା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 21, 2019

ରାଜଧାନୀରେ ବିକ୍ରି ହେଉଛି ପ୍ଲାଷ୍ଟିକ୍ ଅଣ୍ଡା !

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର):ରାଜଧାନୀ ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀ ଅଞ୍ଚଳର ଏକ ଦୋକାନରେ ପ୍ଲାଷ୍ଟିକ ଅଣ୍ଡା ବିକ୍ରି ହେଉଥିବା ନେଇ କିଛି ଛାତ୍ର ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଛାତ୍ରମାନେ ଦୋକାନରୁ ଅଣ୍ଡା କିଣି ଆଣି ହଷ୍ଟେଲକୁ ଆସି ରୋଷେଇ କରିଥିଲେ। ହେଲେ  ରୋଷେଇ କରିବା ସମୟରେ ଏହା ପ୍ଲାଷ୍ଟିକ୍‌ ଅଣ୍ଡା ବୋଲି ସେମାନଙ୍କର ସନ୍ଦେହ ହୋଇଥିଲା। ତେଣୁ ଛାତ୍ରମାନେ ନୟାପଲ୍ଲୀ ଥାନାକୁ ଯାଇ ସଂପୃକ୍ତ ଦୋକାନର ବ୍ୟବସାୟୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍‌  ଅଣ୍ଡା ଦୋକାନୀଙ୍କୁ ଆଣି ଥାନାରେ ଅଟକ ରଖିଛି।

ଅଭିଯୋଗକାରୀ ଛାତ୍ର କହିଛନ୍ତି଼,“ ଏହି  ଅଣ୍ଡାର କେଶର ଧଳା ଦେଖାଯାଉଛି। ଏହାକୁ ଗୋଳାଇ ଦେଲେ ସଙ୍ଗେ ସଙ୍ଗେ ମିଳେଇ ଯାଉଛି। ଏଥିସହ ଏହି ଅଣ୍ଡା ମାଟିରେ ପକାଇଦେଲେ ଦୁଇରୁ ତିନି ମିନିଟ୍‌ ଭିତରେ ପାଣି ହୋଇ ମିଳେଇ ଯାଉଛି। ହେଲେ ଅସଲି ଅଣ୍ଡାକୁ ମାଟିଜ୍ଲ୍ ପକାଇଲେ  ୧୦ରୁ ୨୦ ମିନିଟ୍ ଯାଏ  ରହୁଛି। ଏହି ଅଣ୍ଡାକୁ ପରୀକ୍ଷା କଲେ ଜଣାପଡ଼ିବ ଏହା ଅସଲି ନା ନକଲି ।”



from Odisha Reporter https://ift.tt/2xZPRLl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages