ଅତୁଟ ରହିଲା ସଚିନ୍‌ଙ୍କ ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 14, 2019

ଅତୁଟ ରହିଲା ସଚିନ୍‌ଙ୍କ ରେକର୍ଡ

ନୂଆଦିଲ୍ଲୀ: ଚଳିତ ବିଶ୍ୱକପ୍‌ରେ ସଚିନ୍ ତେନ୍ଦୁଲକରଙ୍କ ୧୬ ବର୍ଷର ରେକର୍ଡ ଭାଙ୍ଗିବାରେ ବିଫଳ ହୋଇଛନ୍ତି ରୋହିତ ଶର୍ମା,ଡେଭିଡ୍ ୱାର୍ଣ୍ଣର, ଜୋ ରୁଟ୍ ଓ କେନ୍ ୱିଲିୟମ୍‌ସନ୍‌। ରୋହିତ ଓ ଡେଭିଡ୍‌ ମାଷ୍ଟର ବ୍ଲାଷ୍ଟରଙ୍କ ରେକର୍ଡର ପାଖାପାଖି ପହଞ୍ଚିଥିଲେ ବି ଏହାକୁ ଭାଙ୍ଗିବାରେ ସଫଳ ହୋଇ ନାହାନ୍ତି। ସେହିପରି ରୁଟ୍ ଓ ୱିଲିୟମ୍‌ସନ୍‌ଙ୍କ ପାଖରେ ମଧ୍ୟ ସୁଯୋଗ ଥିଲା। ତେବେ ସେମାନେ ବି ବିଫଳ ହୋଇଛନ୍ତି ସଚିନ୍‌ଙ୍କ ଏହି ବିଶ୍ୱକପ୍‌ ରେକର୍ଡ ଭାଙ୍ଗିବାରେ।

୧୬ ବର୍ଷ ତଳେ ୨୦୦୩ ବିଶ୍ୱକପ୍‌ରେ ସଚିନ୍ ୬୭୩ ରନ୍ କରିଥିଲେ। ଯେକୌଣସି ବିଶ୍ୱକପ୍‌ରେ ଏହା ହେଉଛି ଜଣେ ବ୍ୟାଟ୍ସମ୍ୟାନ୍‌ଙ୍କ ଦ୍ୱାରା ସଂଗୃହୀତ ସର୍ବାଧିକ ରନ୍। ଏହା ପରେ ଚଳିତ ଥରକୁ ମିଶାଇ ଚାରୋଟି ବିଶ୍ୱକପ୍ ଖେଳା ଯାଇଥିଲେ ହେଁ ତାଙ୍କର ଏହି ରେକର୍ଡକୁ କୌଣସି ବ୍ୟାଟ୍ସମ୍ୟାନ୍ ଭାଙ୍ଗି ପାରି ନାହାନ୍ତି।

ଚଳିତ ବିଶ୍ୱକପ୍‌ରେ ସଚିନ୍‌ଙ୍କ ଏହି ରେକର୍ଡ ଭାଙ୍ଗିବା ପାଇଁ ରୋହିତ ଶର୍ମାଙ୍କ ପାଖରେ ସୁଯୋଗ ଥିଲା। ସେମି ଫାଇନାଲ୍ ମ୍ୟାଚ୍ ପୂର୍ବରୁ ସେ ଏହି ଟାର୍ଗେଟକୁ ଅତିକ୍ରମ କରିବାକୁ ମାତ୍ର ୨୭ ରନ୍ ପଛରେ ଥିଲେ। ତେବେ ସେମି ଫାଇନାଲ୍‌ରେ ସେ ମାତ୍ର ୧ ରନ୍ କରି ଆଉଟ୍ ହୋଇଯାଇଥିଲେ। ଏଥର ବିଶ୍ୱକପ୍‌ରେ ସେ ୯ଟି ଇନିଂସ୍‌ରୁ ୬୪୮ ରନ୍ ସଂଗ୍ରହ କରିଥିଲେ। ଏହା ମଧ୍ୟରେ ୫ଟି ଶତକ ରହିଛି।

ସେହିପରି ଅଷ୍ଟ୍ରେଲିଆର ଡେଭିଡ ୱାର୍ଣ୍ଣର ସଚିନ୍‌ଙ୍କ ରେକର୍ଡ ଭାଙ୍ଗିବାକୁ ମାତ୍ର ୩୬ ରନ୍ ପଛରେ ଥିଲେ। ତେବେ ଇଂଲଣ୍ଡ ବିପକ୍ଷ ସେମି ଫାଇନାଲ୍‌ ମ୍ୟାଚ୍‌ରେ ମାତ୍ର ୯ ରନ୍ କରି ଆଉଟ୍ ହୋଇଯାଇଥିଲେ। ଚଳିତ ବିଶ୍ୱକପ୍‌ରେ ସେ ୧୦ଟି ଇନିଂସରୁ ୬୪୭ ରନ୍ ସଂଗ୍ରହ କରିଛନ୍ତି।

ଉଭୟ ଭାରତ ଓ ଅଷ୍ଟ୍ରେଲିଆ ସେମି ଫାଇନାଲ୍‌ରେ ପରାଜିତ ହେବାରୁ ସଚିନ୍‌ଙ୍କ ରେକର୍ଡ ଭାଙ୍ଗିବାକୁ ରୋହିତ ଓ ୱାର୍ଣ୍ଣର ଆଉ ସୁଯୋଗ ପାଇ ନଥିଲେ।

ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ଫାଇନାଲ୍‌କୁ ଯାଇଥିବା ବେଳେ ସଚିନ୍‌ଙ୍କ ରେକର୍ଡ ଭାଙ୍ଗିବାକୁ ଉଭୟ ରୁଟ୍ ଓ ୱିଲିୟମ୍‌ସନ୍‌ଙ୍କ ପାଖରେ ସୁଯୋଗ ଥିଲା। ତେବେ ସେମାନେ ବି ଗତକାଲି ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ରୁଟ୍‌ ମାତ୍ର ୭ ରନ୍ କରି ଆଉଟ୍ ହୋଇଥିବା ବେଳେ ଓଇଲିୟମ୍‌ସନ୍ ୩୦ ରନ୍ କରି ଆଉଟ୍ ହୋଇଯାଇଥିଲେ।

ରୁଟ୍ ଓ ୱିଲିୟମ୍‌ସନ୍‌ ଯଥାକ୍ରମେ ୧୨୪ ଓ ୧୨୫ ରନ୍ କରିଥିଲେ ସଚିନ୍‌ଙ୍କ ରେକର୍ଡର ସମକକ୍ଷ ହୋଇଥାଆନ୍ତେ। ରୁଟ୍‌ ଏହି ବିଶ୍ୱକପ୍‌ରେ ୫୫୬ ରନ୍ କରିଥିବା ବେଳେ ୱିଲିୟମ୍‌ସନ୍ ୫୭୮ ରନ୍ କରିଛନ୍ତି।

 



from Odisha Reporter https://ift.tt/2NVmZ1C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages