ବନ୍ୟା ଓ ଭୂସ୍ଖଳନରେ ୪୩ ମୃତ, ୨୪ ନିଖୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 13, 2019

ବନ୍ୟା ଓ ଭୂସ୍ଖଳନରେ ୪୩ ମୃତ, ୨୪ ନିଖୋଜ

କାଣ୍ଠମାଣ୍ଡୁ: ନେପାଳରେ ପ୍ରବଳ ବର୍ଷା ଯୋଗୁ ଆସିଥିବା ବନ୍ୟା ଓ ଏଥିଯୋଗୁ ହୋଇଥିବା ଭୂସ୍ଖଳନରେ ୪୩ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ନିଖୋଜ ହୋଇଯାଇଛନ୍ତି। ଏହା ସହିତ ୨୦ ଜଣ ଲୋକ ଆହତ ହୋଇଛନ୍ତି।

ବନ୍ୟା ଯୋଗୁ ନେପାଳର ଅଧିକାଂଶ ସ୍ଥାନ ଏବେ ଜଳମଗ୍ନ ହୋଇ ରହିଛି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉଦ୍ଧାର କାର୍ଯ୍ୟ ଚାଲିଛି।

ଗତ କିଛି ଦିନ ଧରି ଏଠାରେ ପ୍ରବଳ ବର୍ଷା ଲାଗି ରହିଥିବା ଯୋଗୁ ବନ୍ୟା ଆସିଛି। ବନ୍ୟା ଜଳର କ୍ଷୀପ୍ର ପ୍ରବାହ ଯୋଗୁ ଅଧିକାଂଶ ସ୍ଥାନରେ ଭୂସ୍ଖଳନ ହୋଇଛି। ତେଣୁ ଅତି ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବନ୍ୟାଯୋଗୁ ଦେଶର ସମସ୍ତ ପ୍ରମୁଖ ରାଜରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି। ୬୦୦୦ରୁ ଅଧିକ ଲୋକ ବାତ୍ୟା ଯୋଗୁ ସାଂଘାତିକ ମାତ୍ରାରେ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ଘରେ ପାଣି ପଶିଯାଇଛି।

ରାଜଧାନୀ କାଠମାଣ୍ଡୁର ବି କିଛି ଅଞ୍ଚଳରେ ବନ୍ୟାଜଳ ପଶିଛି। ଏଠାରେ ଏକ ଘରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି।

ନେପାଳ ପ୍ରଧାନମନ୍ତ୍ରୀ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।

 



from Odisha Reporter https://ift.tt/2lcp5vR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages