’ଚନ୍ଦ୍ରୟାନ-୨’ ଉତ୍‌କ୍ଷେପଣ ପାଇଁ କାଉଣ୍ଟଡାଉନ୍ ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 13, 2019

’ଚନ୍ଦ୍ରୟାନ-୨’ ଉତ୍‌କ୍ଷେପଣ ପାଇଁ କାଉଣ୍ଟଡାଉନ୍ ଆରମ୍ଭ

ଶ୍ରୀହରିକୋଟ୍ଟା: ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ଚନ୍ଦ୍ରୟାନ-୨ ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପ୍ରସ୍ତୁତ। ଆଜି ସକାଳ ୬ଟା ୫୧ରୁ ଏହାର ଉତ୍‌କ୍ଷେପଣ ପାଇଁ ଆରମ୍ଭ ହୋଇଛି ୨୦ଘଣ୍ଟିଆ କାଉଣ୍ଟ୍ ଡାଉନ୍। ୧୫ତାରିଖ ରାତି ୨ଟା ୫୧ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସତୀଶ ଧାଓ୍ୱନ୍ ମହାକାଶ କେନ୍ଦ୍ରରୁ ଜିଏସ୍‌ଏଲ୍‌ଭି ମାର୍କ ଥ୍ରୀ ରକେଟ୍‌ ବା ବାହୁବଳୀ ସାହାଯ୍ୟରେ ଏହାର ଉତ୍‌କ୍ଷେପଣ ହେବ।

ଗୋଟିଏ ଅର୍ବିଟର , ଗୋଟିଏ ଲ୍ୟାଣ୍ଡର (ବିକ୍ରମ) ଏବଂ ଗୋଟିଏ ରୋଭର (ପ୍ରଜ୍ଞା)କୁ ନେଇ ଗଠିତ ହୋଇଛି ଚନ୍ଦ୍ରଯାନ-୨। ଭାରତର ମହାକାଶ ଅଗ୍ରଦୂତ ବିକ୍ରମ ସରାଭାଇଙ୍କ ସ୍ମୃତିରେ ଇସ୍ରୋ ଚନ୍ଦ୍ରଯାନର ଲ୍ୟାଣ୍ଡର ନାମ ‘ବିକ୍ରମ ’ ଏବଂ ରୋଭରର ନାମ ‘ପ୍ରଜ୍ଞା’ ରଖିଛି। ଆସନ୍ତା ସେପ୍ଟେମ୍ବର ୬ କିମ୍ବା ୭ ତାରିଖରେ ଏହା ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ। ଏହାପରେ ରୋଭର ଲ୍ୟାଣ୍ଡରଠାରୁ ଅଲଗା ହୋଇ ଚନ୍ଦ୍ରପୃଷ୍ଠରେ ୧୪ ଦିନ ପର୍ଯ୍ୟନ୍ତ ଅନୁଧ୍ୟାନ ଜାରି ରଖିବ।

ଉଭୟ ରୋଭର ଏବଂ ଲ୍ୟାଣ୍ଡର ୧୪ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ଅର୍ବିଟର ବର୍ଷେ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହି ଏହାର ମିସନ୍‌ ଜାରି ରଖିବ। ଏହି ମିସନ୍‌ରେ ୧୩ଟି ଭାରତୀୟ ପେଲୋଡ ରହିଛି। ରୋଭର୍‌ ଚନ୍ଦ୍ରପୃଷ୍ଠରେ ମାଗ୍ନେସିୟମ, କାଲସିୟମ , ଆଇରନ୍‌ ଭଳି ଉପାଦାନର ସନ୍ଧାନ ପାଇଁ ଚନ୍ଦ୍ରପୃଷ୍ଠରେ ଥିବା ଶିଳାର ଫଟୋ ଉଠାଇବ। ଚନ୍ଦ୍ରର ଅନ୍ଧକାର ପାର୍ଶ୍ୱକୁ ମଧ୍ୟ ଏହି ମିଶନ୍‌ ଅଧ୍ୟୟନ କରିବ।

ପୂରା ମିଶନରେ ୯୭୮ କୋଟି ଟଙ୍କା ଖର୍ଚ୍ଚ ହେବ। ତେବେ ପ୍ରଥମ ଥର ପାଇଁ ମହାକାଶଯାନକୁ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡ୍ କରାଇବା ଇସ୍ରୋ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ।

ଚନ୍ଦ୍ରଯାନ-୧ ମିଶନର ୧୧ ବର୍ଷ ପରେ ଏହି ଦ୍ୱିତୀୟ ଚନ୍ଦ୍ର ଅଭିଯାନ ପାଇଁ ଇସ୍ରୋ ଆଶାବାଦୀ ଥିବା ବେଳେ, ଏହା ଉପରେ ସାରା ବିଶ୍ୱର ନଜର ରହିଛି। ଏହି ଅଭିଯାନ ସଫଳ ହେଲେ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡ୍ କରିବାରେ ଭାରତ ଚତୁର୍ଥ ଦେଶର ମାନ୍ୟତା ଅର୍ଜନ କରିବ।



from Odisha Reporter https://ift.tt/2GcKM6V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages