ଭୋକରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଓ ରାଜଭବନରେ ଥିବା ଗାଈ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 1, 2019

ଭୋକରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଓ ରାଜଭବନରେ ଥିବା ଗାଈ

ରାଞ୍ଚି: ଝାରଖଣ୍ଡ ରାଜଭନ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଥିବା ଗୋଶାଳରେ ଗାଈ ମାନଙ୍କ ପାଇଁ ଖାଦ୍ୟ ନଥିବାରୁ ଭୋକ ଉପାସରେ ରହିଛନ୍ତି। ଗୋଖାଦ୍ୟ ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯାଇନଥିବାରୁ ଗାଈ ମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇ ପାରୁନଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ରାଜଭବନ ଓ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କାମଧେନୁ ଗୋଶାଳ ରହିଛି। ରାଜଭବନ ଗୋଶାଳରେ ୮ଟି ଗାଈ ଏବଂ ମୁଖ୍ୟମନ୍ତ୍ରୀଙ୍କ ଗୋଶାଳରେ ମୋଟ ୪ଟି ଗାଈ ରହିଛି। ଏବଂ ଟ୍ରେନିଂ ସେଣ୍ଟରରେ ୫୦ଟି ଗାଈ ରହିଛନ୍ତି। ଏହି ଗାଈ ମାନଙ୍କର ସମସ୍ତ ଯତ୍ନ ଗାଭ୍ୟା ନିର୍ଦ୍ଦେଶାଳୟ ବୁଝୁଛି।
ସରକାରଙ୍କ ତରଫରୁ ଏହି ସମସ୍ତ ଗାଈଙ୍କ କଥା ବୁଝିବା ପାଇଁ ଯେଉଁ ଟଙ୍କା ଦିଆଯାଏ ତାହା ଚଳିତଥର ମିଳିନାହିଁ ବୋଲି କହିଛନ୍ତି ଗାଭ୍ୟା ନିର୍ଦ୍ଦେଶାଳୟ କର୍ତ୍ତୃପକ୍ଷ। ଏହି ସମସ୍ତ ଗାଈ ପ୍ରତ୍ୟେକ ଦିନ କ୍ଷୀର ଦେଉଥିବାରୁ ଆବଶ୍ୟକ ଗୋଖାଦ୍ୟ ଯୋଗାଇବା ଓ ଅନ୍ୟାନ୍ୟ ଚିକିତ୍ସା କରିବା ନିହାତି ଆବଶ୍ୟକ ବୋଲି ଗାଭ୍ୟା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ହେଲେ ଆବଶ୍ୟକ ଫଣ୍ଡ ନଥିବାରୁ ଏବେ ୬୨ଟି ଗାଈ ଭୋକ ଉପାସରେ ରହିଛନ୍ତି।
କ୍ରିଷ୍ଣା ମୁରାରୀ ଡେୟାରୀର ନିର୍ଦ୍ଦେଶକ ଏ ନେଇ ପ୍ରତିକ୍ରିୟାରେ କହିଛନ୍ତି ଯେ ସମସ୍ୟା ବାବଦରେ ସେ ଅବଗତ ଅଛନ୍ତି। ଖୁବଶୀଘ୍ର ଏ ସମସ୍ୟାର ସମାଧାନ ହେବ ଏବଂ ଆବଶ୍ୟକ ଫଣ୍ଡ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।


from Odisha Reporter https://ift.tt/2Yqzm6v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages