ୱେଲମାର୍କ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ, କେଉଁଠି କେତେ ହେଲା ବର୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 1, 2019

ୱେଲମାର୍କ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ, କେଉଁଠି କେତେ ହେଲା ବର୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି। ଏହାର ପ୍ରଭାବରେ ଅଧିକାଂଶ ଜିଲ୍ଲାରେ ବର୍ଷା ହେଉଛି। ଚାନ୍ଦବାଲିରେ ସର୍ବାଧିକ ୧୨୨.୩ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱରରେ ୭୦.୮ ମିମି, ସୋନପୁରରେ ୭୦ ମିମି, ଅନୁଗୋଳରେ ୬୦ ମିମି, ସମ୍ବଲପୁରରେ ୫୮.୬ ମିମି, ବଲାଙ୍ଗିରରେ ୯୨.୬ ମିମି, କଟକରେ ୫୫.୪ ମିମି  ଓ  ହୀରାକୁଦ ୫୦.୨ ମିମି ବର୍ଷା ରେକର୍ଡ କରାଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗର ଡ୍ୟୁଟି ଅଫିସର ଚରଣ ବେହେରା କରାଯାଇଛି।

ଭୁବନେଶ୍ୱରରେ ମଧ୍ୟ ଲଗାତର ବର୍ଷା ଯୋଗୁ ପ୍ରଭାବିତ ହୋଇଛି ଜୀବନଯାତ୍ରା। ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ପାଣି ଜମି ରହିଥିବା ଯୋଗୁ ଗମନାଗମନ ପ୍ରଭାବିତ ହୋଇଛି।

ସେହିପରି କଟକର ବିଭିନ୍ନ ସାହି ଓ ତଳିଆ ଅଞ୍ଚଳରେ ପାଣି ଜମି ରହିଛି। ମାତ୍ର କିଛି ଘଣ୍ଟାର ବର୍ଷା ପରେ ଆଣ୍ଠୁଏ ଉଚ୍ଚର ପାଣି ସିଲଭର ସିଟିର ବିଭିନ୍ନ ଅଞ୍ଚଳରେ ଢେଉ ମାରୁଛି। ନାଳ ନର୍ଦ୍ଦମା ଜାମ୍ ଯୋଗୁଅ ପାଣି ନିଷ୍କାସନ ହୋଇପାରିନି। ଫଳରେ ନାଳ ଓ ବର୍ଷା ପାଣି ଲୋକଙ୍କ ଘରେ ଆସି ପଶିଛି।



from Odisha Reporter https://ift.tt/2xqxO0i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages