ଯୁକ୍ତ ତିନି ଛାତ୍ରୀଙ୍କୁ ସହପାଠୀଙ୍କ ଦୁଷ୍କର୍ମ: ଏମିତି ଥିଲା ଷଡ଼ଯନ୍ତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 15, 2019

ଯୁକ୍ତ ତିନି ଛାତ୍ରୀଙ୍କୁ ସହପାଠୀଙ୍କ ଦୁଷ୍କର୍ମ: ଏମିତି ଥିଲା ଷଡ଼ଯନ୍ତ୍ର

ସୁନ୍ଦରଗଡ଼(ବିଜୟ ବାରୁଆ): ଜଣେ ଯୁକ୍ତ ତିନିର ପ୍ରଥମ ବର୍ଷ ଛାତ୍ରୀଙ୍କୁ ସହପାଠୀମାନେ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ଗତକାଲି ଛାତ୍ରୀ ଜଣଙ୍କ ସୁନ୍ଦରଗଡ଼ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍‌ ଏହି ଘଟଣାରେ ୪ଜଣ ସହପାଠୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୁଲିସ୍‌ ବାଇକ୍‌କୁ ମଧ୍ୟ ଜବତ କରିଛି।

ଅଭିଯୋଗ ଅନୁସାରେ, ଗତ ଜୁନ୍ ୨୬ତାରିଖରେ କଲେଜ ଯିବା ପାଇଁ ଛାତ୍ରୀ ଜଣକ ରାସ୍ତାରେ ଛିଡ଼ା ହୋଇଥିଲେ। ଏହି ସମୟରେ ତାର ଜଣେ ସହପାଠୀ ବାଇକରେ ଆସି କଲେଜ ଛାଡ଼ି ଦେବା ପାଇଁ କହିଥିଲେ। ଛାତ୍ରୀଜଣକ ତାଙ୍କ ସହିତ ବାଇକରେ ଯାଇଥିଲେ।  ତେବେ କଲେଜ ଯିବା ବାଟରେ କିଞ୍ଜିରକେଲା ଥାନା ପୁଟୁଡିହି ଜଙ୍ଗଲରେ ଜଣେ ସହପାଠୀ ତାକୁ ଜଙ୍ଗଲ ମଧ୍ୟକୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ଏହାସହ ଆଉ ତିନି ଜଣ ସହପାଠୀ ସେଠାରେ ପହଞ୍ଚି  ଛାତ୍ରୀଙ୍କ ସହିତ ଦୁଷ୍କର୍ମ କରିଥିଲେ। ତେବେ ଛାତ୍ରୀ ଜଣକ ଲୋକଲଜ୍ଜାକୁ ଡରି କାହାରିକୁ କିଛି କହିପାରିନଥିଲେ। କିନ୍ତୁ ସେଦିନରୁ ଆଉ ସେ କଲେଜ ଯିବା ବନ୍ଦ କରିଦେଇଥିଲେ।

ଏହାସହିତ ଚୁପଚାପ ରହୁଥିଲେ। ଛାତ୍ରୀଙ୍କ ଆଚରଣକୁ ଦେଖି ପରିବାର ଲୋକଙ୍କ ସନ୍ଦେହ ଉପୁଜିଥିଲା।  ପରିବାର ଲୋକେ ତାକୁ ପଚରାଉଚରା କରିବା ପରେ ସେ ସମସ୍ତ କଥା କହିଥିଲା। ଆଜି ଏନେଇ ସୁନ୍ଦରଗଡ଼ ଥାନାରେ ଛାତ୍ରୀ ଜଣକ ଲିଖିତ ଅଭିଯୋଗ କଲା ପରେ ପୁଲିସ ୪ଜଣ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ସୁନ୍ଦରଗଡ଼ ସଦର ଥାନା ଅଧିକାରୀ ରମାକାନ୍ତ ସାଏ କହିଛନ୍ତି,“ ଘଟଣାର ତଦନ୍ତ ଚାଲିଛି। ଛାତ୍ରୀଙ୍କ ଡାକ୍ତରୀମାଇନା କରାଯିବ। ତା’ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।”



from Odisha Reporter https://ift.tt/2Y5oaix

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages