ଏହି ଦିଗରେ ଡଷ୍ଟବିନ୍‌ ରଖିଲେ କ୍ୟାରିୟର୍‌ରେ ହୋଇଥାଏ କ୍ଷତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 15, 2019

ଏହି ଦିଗରେ ଡଷ୍ଟବିନ୍‌ ରଖିଲେ କ୍ୟାରିୟର୍‌ରେ ହୋଇଥାଏ କ୍ଷତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେ ଯେତେବେଳେ ଘରର ସାଜସଜ୍ଜା କରିଥାଉ, କେଉଁ ଜିନିଷ କେଉଁଠି ରହିବ ତାହା ଆଗରୁ ଭାବି ନେଇଥାଉ। ଅନେକ ବାସ୍ତୁ ଅନୁସାରେ ମଧ୍ୟ ଘରକୁ ସଜାଇଥାନ୍ତି। ଏହା ମଧ୍ୟ ଆମ ଜୀବନଶୈଳୀରେ ପ୍ରଭାବ ପକାଇଥାଏ ବୋଲି ବିଶ୍ୱାସ ରହିଛି ।

ଭୁଲ୍‌ ଜାଗାରେ ଜିନିଷ ରଖିବା କାରଣରୁ ଘରେ ସୁଖ ଶାନ୍ତି ବଦଳରେ କଳି ଝଗଡ଼ା ଲାଗି ରହିଥାଏ। ଆପଣ ତାହା ଜାଣି ନ ପାରି ଅନ୍ୟମାନଙ୍କ ଉପରେ ଦୋଷ ଲଦିଥାନ୍ତି। ଯେପରିକି ବାସ୍ତୁ ଅନୁସାରେ ଘରର ଡଷ୍ଟବିନ୍‌କୁ ସଠିକ୍‌ ଜାଗାରେ ନ ରଖିଲେ ଏହା ଆପଣଙ୍କ ଉପରେ ଖରାପ ପ୍ରଭାବ ପକାଇପାରେ।

ଆଜି ଆପଣଙ୍କୁ ଡଷ୍ଟବିନ୍‌ ରଖିବାର ସଠିକ୍‌ ଦିଗ ବିଷୟରେ କହିବୁ। ଯାହାକୁ ଆପଣାଇ ଆପଣ ଘରେ ସୁଖ ଶାନ୍ତିର ବାତାବରଣ ଏବଂ ଜୀବନରେ ସମୃଦ୍ଧି ଆଣି ପାରିବେ।

୧-ବାସ୍ତୁ ଅନୁସାରେ ଡଷ୍ଟବିନ୍‌କୁ କେବେବି ଘରର ଉତ୍ତର ଦିଗରେ ରଖିବା ଉଚିତ୍‌ ନୁହେଁ। ଯଦି ଭୁଲ୍‌ରେ ଆପଣ ଏହାକୁ ଉତ୍ତର ଦିଗରେ ରଖିଛନ୍ତି ତାହାଲେ ସେଠାରୁ ତୁରନ୍ତ ଉଠାଇ ଦିଅନ୍ତୁ।

୨-ବାସ୍ତୁ କହେ ଉତ୍ତର ଦିଗ ଧନ ଏବଂ ସମୃଦ୍ଧି ପ୍ରଦାନ କରିଥାଏ। ଆପଣ ଯଦି ଏହି ଦିଗରେ ଡଷ୍ଟବିନ୍‌ ରଖିଛନ୍ତି ତାହାଲେ ଏହା ଆପଣଙ୍କ କ୍ୟାରିୟର୍‌ ପ୍ରତି ଶୁଭଙ୍କର ନୁହେଁ।

୩-ଯଦି ଆପଣ ଚାକିରୀ ଖୋଜୁଛନ୍ତି ଆଉ ନିରାଶ ହେଉଛନ୍ତି, ତାହାଲେ ପ୍ରଥମେ ଘରେ କେଉଁ ଦିଗରେ ଡଷ୍ଟବିନ୍‌ ରଖିଛନ୍ତି ତାହା ଦେଖିନିଅନ୍ତୁ। ଉତ୍ତର ଦିଗରେ ଡଷ୍ଟବିନ୍‌ ଥିବାରୁ ଆପଣଙ୍କ ଚାକିରୀରେ ହେବାରେ ଅସୁବିଧା ଦେଖାଦେଇଥାଏ।



from Odisha Reporter https://ift.tt/2lCwqVS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages