ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟର କିଛି ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରାହ୍ଣ ଗୋଟାଏ ଯାଏ ସତର୍କ ରହିବାକୁ ୭ଟି ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି।
ଏହି ଜିଲ୍ଲା ଗୁଡ଼ିକ ହେଉଛି- ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀ।
ଏହା ପୂର୍ବରୁ ସକାଳେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତସିଂହପୁର ଜିଲ୍ଲା ପାଇଁ ସକାଳ ୧୦ଟା ଯାଏ ସତର୍କ ସୂଚନା ଜାରି କରାଯାଇଥିଲା। ଝଡ଼ବର୍ଷା ଓ ବଜ୍ରପାତର ସମ୍ଭାବନା ନେଇ ଏହି ସତର୍କ ସୂଚନା ଜାରି କରାଯାଇଥିଲା।
from Odisha Reporter https://ift.tt/2YiEihJ
No comments:
Post a Comment