ବାରମ୍ବାର ହାତ ଗୋଡ଼ ବଧିରା ହୋଇଯାଉଛି କି? ହୋଇପାରେ ବଡ଼ ରୋଗର ଲକ୍ଷଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 31, 2019

ବାରମ୍ବାର ହାତ ଗୋଡ଼ ବଧିରା ହୋଇଯାଉଛି କି? ହୋଇପାରେ ବଡ଼ ରୋଗର ଲକ୍ଷଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଳେ ବେଳେ ହାତଗୋଡ଼ ଝିମ୍‌ ଝିମ୍‌ ଓ ବଧିରା ଲାଗେ। ଏମିତି କି ଲୋକେ ଏହି ସମୟରେ ଛିଡ଼ା ହେବାକୁ ଚେଷ୍ଟା କରି ତଳେ ପଡ଼ିଯିବାର ମଧ୍ୟ ଦେଖାଯାଏ। ଆପଣ କେବେ କେମିତି ଏଭଳି ସ୍ଥିତିର ସମ୍ମୁଖୀନ ହେଲେ ଭୟ କରିବାର କିଛି ନାହିଁ। କାରଣ ଅନେକ ସମୟରେ ଗୋଟିଏ ସ୍ଥାନରେ ଲଗାତାର ବସି ରହିଲେ ବା ଗୋଟିଏ କଡ଼ ମାଡ଼ି ଶୋଇଲେ, ସେହି ଅଙ୍ଗର ସ୍ନାୟୁ ଚାପି ହୋଇଯାଏ। ଫଳରେ ସେଠାକୁ ଅମ୍ଳଜାନ ପହଞ୍ଚିପାରେ ନାହିଁ। ତା’ସହିତ ମସ୍ତିଷ୍କ ସେହି ଅଙ୍ଗକୁ ସଙ୍କେତ ବି ପଠାଇପାରେ ନାହିଁ। ତେଣୁ ସେହି ଅଙ୍ଗ ବଧିରା ହୋଇଯାଏ। ବହୁତ କ୍ଷେତ୍ରରେ ଏହା ଆଦୌ ଏକ ଚିନ୍ତାଜନକ କଥା ନୁହେଁ।  ଅଳ୍ପ ସମୟ ପରେ ଏହି ସ୍ଥିତିରୁ ମୁକ୍ତି ମିଳିଯାଏ। ତେବେ ଏଭଳି ସମସ୍ୟା ଯଦି ନିୟମିତ ବ୍ୟବଧାନରେ ଅବା ଲଗାତାର ହେଉଛି, ତା’ହେଲେ ଏହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ। କାରଣ ଏହା ଅନେକ ବଡ଼ ରୋଗର ସଙ୍କେତ ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା, ଏହା କେଉଁ ସବୁ ରୋଗର ସଙ୍କେତ ହୋଇପାରେ।

 

ଡାଇବେଟିସ୍: ଡାକ୍ତରଙ୍କ କହିବା ଅନୁଯାୟୀ, ବାରମ୍ବାର ହାତ ଓ ଗୋଡ଼ ବଧିରା ହୋଇଯିବା ମଧୁମେହ (ଡାଇବେଟିସ୍‌)ର ସଙ୍କେତ ହୋଇପାରେ। ଏକ ସର୍ଭେରୁ ଜଣାପଡ଼ିଛି, ପାଖାପାଖି ୩୩ ପ୍ରତିଶତ ମାମଲାରେ ଏଭଳି ଲକ୍ଷଣ ଡାଇବେଟିସ୍ ଯୋଗୁ ଦେଖାଯାଇଥାଏ। ଏଣୁ ବାରମ୍ବାର ହାତଗୋଡ଼ ବଧିରା ହେଉଥିଲେ, ଡାକ୍ତର ପ୍ରଥମେ ଡାଇବେଟିସ୍‌ ଅଛି କି ନାହିଁ ପରୀକ୍ଷା କରିବାକୁ କୁହନ୍ତି।

ଥାଇରଏଡ୍:  ଶରୀରରେ ଥାଇରଏଡ୍‌ ହୋର୍‌ମୋନ୍‌ର ମାତ୍ରା ଅନିୟନ୍ତ୍ରିତ ହେଲେ ଅର୍ଥାତ୍‌ ଏହା ବଢ଼ିଗଲେ ବା କମିଗଲେ ମଧ୍ୟ ହାତଗୋଡ଼ ବଧିରା ହୋଇଯାଏ। ଥାଇରଏଡ୍‌ ହୋରମୋନ୍‌ର ମାତ୍ରା ଅନିୟନ୍ତ୍ରିତ ହେଲେ ଥକା ଲାଗେ। ଶରୀରର ଓଜନ ବଢ଼ିଯାଏ ନହେଲେ କମିଯାଏ। କେଶ ମଧ୍ୟ ଝଡ଼ିଯାଏ। ଏଭଳି କ୍ଷେତ୍ରରେ ଡାକ୍ତର ରକ୍ତ ପରୀକ୍ଷା କରିବାକୁ କହିଥା’ନ୍ତି।

ବ୍ରେନ୍‌ଷ୍ଟ୍ରୋକ୍‌:  ହାତଗୋଡ଼ ବଧିରା ହେବା ବ୍ରେନ୍‌ଷ୍ଟ୍ରୋକ୍‌ର ବି ଲକ୍ଷଣ ହୋଇପାରେ। ବାରମ୍ବାର ଗୋଡ଼ ବଧିରା ହେବା କ୍ଷେତ୍ରରେ ୨୩ ପ୍ରତିଶତ ଲୋକ ବ୍ରେନ୍‌ଷ୍ଟ୍ରୋକ୍‌ର ଶିକାର ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି।

ଭିଟାମିନ୍ ଅଭାବ:  ବିଶେଷଜ୍ଞଙ୍କ ଅନୁଯାୟୀ ଯଦି ଏକ ସମୟରେ ଶରୀରର ଏକାଧିକ ଅଙ୍ଗ ବଧିରା ହୁଏ, ତା’ହେଲେ ଶରୀରରେ ଭିଟାମିନ୍‌ର ଅଭାବ ରହିଛି। ଭିଟାମିନ୍-୧୨ ଅଭାବ ହେଲେ ମଧ୍ୟ ଏଭଳି ସମସ୍ୟା ଦେଖାଯାଏ। ରକ୍ତ ପରୀକ୍ଷାରୁ ଏହାକୁ ସଠିକ୍ ଭାବେ ଜାଣିହୁଏ। ତେଣୁ ବାରମ୍ବାର ଏଭଳି ସମସ୍ୟା ଦେଖାଗଲେ ନିଶ୍ଚୟ ଡାକ୍ତରଙ୍କ ନିକଟକୁ ଯାଆନ୍ତୁ। ନହେଲେ ପରେ ଏହା ଗୁରୁତର ସମସ୍ୟା ସୃଷ୍ଟି କରିପାରେ।



from Odisha Reporter https://ift.tt/2OywAM5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages