ରିଷଭ ପନ୍ତଙ୍କ କାନ୍ଧରେ ଇଏ କାହାର ହାତ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 6, 2019

ରିଷଭ ପନ୍ତଙ୍କ କାନ୍ଧରେ ଇଏ କାହାର ହାତ?

ନୂଆଦିଲ୍ଲୀ: ନିକଟରେ ଭାରତୀୟ କ୍ରିକେଟ ଖେଳାଳି ହାର୍ଦିକ ପାଣ୍ଡ୍ୟା ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଥିଲେ। ଯେଉଁଥିରେ ଏମ୍ ଏସ୍ ଧୋନି, ମୟଙ୍କ ଅଗ୍ରଓ୍ୱାଲ୍, ଋଷିଭ ପନ୍ତ, ଜଶପ୍ରୀତ ବୁମରାହ ଓ ନିଜେ ପାଣ୍ଡ୍ୟା ଥିଲେ। ଏହି ଫଟୋରେ ଏଭଳି କିଛି ଅସଙ୍ଗତି ରହିଛି ଯାହା ଯୋଗୁ ଏହା ଫଟୋଶପରେ ଏଡିଟ୍ ହୋଇଥିବ ବୋଲି କୁହାଯାଉଛି। ସୋଶାଲ ମିଡିଆରେ ‘କାଲା ଚଷମା’ ନାମରେ ଭାଇରାଲ ହୋଇଥିବା ଏହି ଫଟୋକୁ ନେଇ କିଛି ଟୁଇଟର ଆକାଉଣ୍ଟଧାରୀ ଏବେ ଦ୍ଵନ୍ଦ୍ଵରେ ପଡ଼ିଛନ୍ତି।

ଦେଖନ୍ତୁ ଧୋନିଙ୍କ ପଛରେ ଛିଡ଼ା ହୋଇଥିବା ରିଷଭ ପନ୍ତଙ୍କ କାନ୍ଧରେ ଏକ ହାତ ରହିଛି। ଏହି ହାତଟି କାହାର? କାରଣ ମୟଙ୍କ ଅଗ୍ରଓ୍ୱାଲ୍ ବୁମରାହ ପଛରେ ଛିଡ଼ା ହୋଇଛନ୍ତି। ତାଙ୍କ ହାତ ପନ୍ତଙ୍କ କାନ୍ଧରେ ପଡ଼ି ନାହିଁ। ସେହିପରି ବୁମରାହଙ୍କ ଦୁଇ ହାତ ଧୋନିଙ୍କ କାନ୍ଧରେ ରହିଛି। ତେଣୁ ଏହି ଫୋଟଟି ଏଡିଟ କରି ହାର୍ଦ୍ଦିକ ପୋଷ୍ଟ କରିଥିବା ଟୁଇଟର ଆକାଉଣ୍ଟଧାରୀ  ଅନୁମାନ କରିଛନ୍ତି। ହାର୍ଦ୍ଦିକଙ୍କ ଦ୍ୱାରା ପୋଷ୍ଟ ହୋଇଥିବା ଏହି ଫଟୋ  ୮ ହଜାରରୁ ଅଧିକ ଥର ରିଟୁଇଟ୍ ହୋଇସାରିଥିବା ବେଳେ ୧ ଲକ୍ଷରୁ ଅଧିକ ଲାଇକ୍ ପାଇସାରିଛି।

କେହି କେହି ଟୁଇଟରରେ କମେଣ୍ଟ କରିଛନ୍ତି ଯେ ପନ୍ତଙ୍କ କାନ୍ଧରେ ଆଇନର ହାତ ରହିଛି। କାରଣ କଥାରେ କୁହାଯାଏ ଆଇନର ହାତ ବହୁତ ଲମ୍ୱା।



from Odisha Reporter https://ift.tt/2LBZhEN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages