ବିଶ୍ୱକପ୍‌ କ୍ରିକେଟ୍‌: ସେମି ଫାଇନାଲ୍‌ରେ ଭାରତ କାହାକୁ ଭେଟିବ ଜାଣିନିଅନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 6, 2019

ବିଶ୍ୱକପ୍‌ କ୍ରିକେଟ୍‌: ସେମି ଫାଇନାଲ୍‌ରେ ଭାରତ କାହାକୁ ଭେଟିବ ଜାଣିନିଅନ୍ତୁ

ନୂଆଦିଲ୍ଲୀ: ଚଳିତ କ୍ରିକେଟ୍ ବିଶ୍ୱକପ୍‌ର ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଗତକାଲି ଶେଷ ହୋଇଯାଇଛି। ଏବେ ସେମି ଫାଇନାଲ୍ ମ୍ୟାଚ୍ ଖେଳାଯିବ। ସେମି ଫାଇନାଲ୍‌ ରାଉଣ୍ଡକୁ ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ଯାଇଛନ୍ତି। ପଏଣ୍ଟ ଟେବୁଲ୍‌ରେ ଭାରତ ଶୀର୍ଷରେ ଥିବା ବେଳେ ଅଷ୍ଟ୍ରେଲିଆ ଦ୍ୱିତୀୟରେ, ଇଂଲଣ୍ଡ ତୃତୀୟରେ ଓ ନ୍ୟୁଜିଲ୍ୟାଣ୍ଡ ଚତୁର୍ଥରେ ରହିଛି।

ଏଣୁ ନିୟମ ଅନୁଯାୟୀ, ସେମି ଫାଇନାଲ୍‌ରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମୁହାଁମୁହିଁ ହେବାକୁ ଥିବା ବେଳେ ଅଷ୍ଟ୍ରେଲିଆ ଆୟୋଜକ ଇଂଲଣ୍ଡକୁ ଭେଟିବ।

ପ୍ରଥମ ସେମି ଫାଇନାଲ୍ ଜୁଲାଇ ୯ ତାରିଖରେ ମ୍ୟାଞ୍ଚେଷ୍ଟରରେ ଖେଳା ଯିବା। ଏହି ମ୍ୟାଚ୍ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ।

ଦ୍ୱିତୀୟ ସେମି ଫାଇନାଲ୍ ମ୍ୟାଚ୍ ଜୁଲାଇ ୧୧ ତାରିଖରେ ବର୍ମିଂହାମ୍‌ରେ ଖେଳାଯିବ। ଏଥିରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମୁହାଁମୁହିଁ ହେବେ।

ଗତକାଲି ଶେଷ ଲିଗ୍ ମ୍ୟାଚ୍‌ରେ ଭାରତ ୭ ୱିକେଟ୍‌ରେ ଶ୍ରୀଲଙ୍କାକୁ ହରାଇ ପଏଣ୍ଟ ଟେବୁଲ୍‌ର ଶୀର୍ଷରେ ପହଞ୍ଚି ଯାଇଥିଲା। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଗତକାଲି ତା’ର ଶେଷ ଲିଗ୍ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାଠାରୁ ହାରି ଟେବୁଲ୍‌ର ଦ୍ୱିତୀୟ ସ୍ଥାନକୁ ଖସି ଯାଇଥିଲା। ଗତକାଲି ଡେଭିଡ ୱାର୍ଣ୍ଣର ୧୨୨ ରନ୍ କରିଥିଲେ ବି ଦଳକୁ ଜିତାଇ ପାରି ନଥିଲେ। ଦଳ ୧୦ ରନ୍‌ରେ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହୋଇଥିଲା।

ଲିଗ୍ ପର୍ଯ୍ୟାୟରେ ଭାରତ ୯ଟି ମ୍ୟାଚ୍‌ରୁ ୭ଟିରେ ଜିତିଥିବା ବେଳେ ଗୋଟିଏରେ ପରାସ୍ତ ହୋଇଥିଲା। ଆଉ ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁ ଖେଳା ଯାଇ ପାରି ନଥିଲା ଓ ପଏଣ୍ଟ ଭାଗ ହୋଇଥିଲା। ଭାରତକୁ ମୋଟ ୧୫ ପଏଣ୍ଟ ମିଳିଥିବା ବେଳେ ଅଷ୍ଟ୍ରେଲିଆ ୯ଟିରୁ ୨ଟି ମ୍ୟାଚ୍‌ରେ ହାରି ୧୪ ପଏଣ୍ଟ ହାସଲ କରିଛି।

ଇଂଲଣ୍ଡ ୯ଟି ମ୍ୟାଚ୍‌ରୁ ୬ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହୋଇଛି ଓ ୧୨ ପଏଣ୍ଟ ହାସଲ କରିଛି।

ନ୍ୟୁଜିଲ୍ୟାଣ୍ଡ ୯ଟି ମ୍ୟାଚ୍‌ରୁ ୫ଟି ଜିତିଥିବା ବେଳେ ୩ଟିରେ ହାରିଛି। ବର୍ଷା ଯୋଗୁ ଦଳ ଗୋଟିଏ ମ୍ୟାଚ୍ ଖେଳି ପାରି ନଥିଲା। ଫଳରେ ଦଳ ୧୧ ପଏଣ୍ଟ ହାସଲ କରିଛି।



from Odisha Reporter https://ift.tt/30dbO5m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages