ମୁମ୍ୱାଇ: ୪୦ରୁ ଅଧିକ ଫଗୁଣ ଅତିକ୍ରମ କରି ସାରିଥିବା ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ୍ କିନ୍ତୁ ନିଜର ଫିଟ୍ନେସକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ବଲିଉଡ୍ର ଏହି ଅଭିନେତ୍ରୀ କେବେ ପୋଲ ଡ୍ୟାନ୍ସ୍ ତ କେବେ ଜିମ୍ରେ ବୟଫ୍ରେଣ୍ଡ୍ ରୋହମନ୍ଙ୍କ ସହିତ ଜିମ୍ନାଷ୍ଟିକ୍ ରିଙ୍ଗରେ ଏକ୍ସରସାଇଜ କରୁଥିବା ଦେଖିବାକୁ ମିଳିଥାଏ।
ବର୍ତ୍ତମାନ ସୁସ୍ମିତା ରୋହମନ୍ ଓ ତାଙ୍କର ଦୁଇ ଝିଅଙ୍କ ସହିତ ଆର୍ମିନିଆରେ ଛୁଟି କାଟୁଛନ୍ତି। ଏହି ସମୟରେ ସେ ନିଜ ସୋଶାଲ ମିଡିଆରେ ଆକାଉଣ୍ଟରେ ବୟଫ୍ରେଣ୍ଡ ରୋହମନ୍ଙ୍କ ସହିତ ଏକ ଫଟୋ ପୋଷ୍ଟ କରିଛନ୍ତି ଯାହା ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।
ଫଟୋରେ ରୋହମନ୍ ସୁସ୍ମିତାଙ୍କୁ କିସ୍ କରୁଥିବା ଦେଖିବାକୁ ମିଳିଛି। ପ୍ରଥମେ ଏହି ଫଟୋଟିକୁ ରୋହମନ୍ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର କରିଥିଲେ। ଯେଉଁଥିରେ ରୋହମନ୍ ଲେଖିଥିଲେ, ‘ମୋତେ ସୁସ୍ମିତାଙ୍କ ଡିମ୍ପଲ୍ ବହୁତ ପସନ୍ଦ। ମୋ ମଞ୍ଚକିନ୍, ସୁସ୍ମିତା ଆଇ ଲଭ୍ ୟୁ’।
View this post on Instagram
ଏହାର କିଛି ଘଣ୍ଟା ପରେ ସୁସ୍ମିତା ତାଙ୍କ ଆକାଣ୍ଟରୁ ଏହି ଫଟୋଟିକୁ ଶେଆର କରି ଲେଖିଥିଲେ, ’ସବୁବେଳେ ହସିବା ପାଇଁ ଏହା ଏକ ବଡ଼ କାରଣ। ଆଇ ଲଭ୍ ୟୁ ରୋହମନ୍’।
ଏହା ପୂର୍ବରୁ ମଧ୍ୟ ସୁସ୍ମିତା ରୋହମନ୍ଙ୍କ ସହିତ ଅନେକ ଫଟୋ ଶେଆର୍ କରିଥିଲେ। ତେବେ ଏହି ପୋଷ୍ଟରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଦୁହେଁ ଖୋଲି କରି ନିଜ ଲଭ୍ ଲାଇଫ୍କୁ ଏନଜୟ କରୁଛନ୍ତି। ସୁସ୍ମିତାଙ୍କ ଫ୍ୟାନ୍ସମାନେ ମଧ୍ୟ ଏହି ଫଟୋସବୁକୁ ପସନ୍ଦ କରୁଥିବା ଦେଖିବାକୁ ମିଳିଛି।
ସୁସ୍ମିତାଙ୍କ ଜୀବନରେ ରୋହମନ୍ ପ୍ରଥମ ବ୍ୟକ୍ତି ନୁହଁନ୍ତି। ଏହା ପୂର୍ବରୁ ସୁସ୍ମିତାଙ୍କ ନାମ ବିକ୍ରମ ଭଟ୍ଟ, ସଞ୍ଜୟ ନାରଙ୍ଗ, ସବୀର ଭାଟ୍ଟିଆ, ରଣଦୀପ ହୁଡ୍ଡା, ରିତିକ୍ ଭସିନ୍ଙ୍କ ସହିତ ଯୋଡ଼ା ଯାଇଥିଲା। କିନ୍ତୁ ଏ ନେଇ ସୁସ୍ମିତା ତାଙ୍କର କୌଣସି ସମ୍ପର୍କକୁ ନେଇ ମିଡିଆରେ ପ୍ରତିକ୍ରିୟା ରଖିନଥିଲେ।
from Odisha Reporter https://ift.tt/32H6fyt
No comments:
Post a Comment