ଆଜମ ଖାନ୍‌ଙ୍କୁ ଜମି ମାଫିଆ ଦର୍ଶାଇବେ ୟୁପି ସରକାର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 14, 2019

ଆଜମ ଖାନ୍‌ଙ୍କୁ ଜମି ମାଫିଆ ଦର୍ଶାଇବେ ୟୁପି ସରକାର!

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ନେତା ତଥା ରାମପୁର ସାଂସଦ ଆଜମ ଖାନଙ୍କୁ ୟୁପି ସରକାର ଜମି ମାଫିଆ ଶ୍ରେଣୀରେ ସାମିଲ କରିବେ। ଏନେଇ ରାମପୁର ଜିଲ୍ଲାର ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ଉତ୍ତର ପ୍ରଦେଶ ସରକାର ଆଣ୍ଟି-ଭୂମି-ମାଫିଆ ନାମକ ଏକ ୱେବସାଇଟ୍‌ ଆରମ୍ଭ କରିଛନ୍ତି। ଏଥିରେ ଜମି ଦଲାଲଙ୍କ ନାଁ ରହିବ। ଜମି ମାଫିଙ୍କ ପାଇଁ ଏହି ୱେବସାଇଟ୍‌ରେ ସ୍ୱତନ୍ତ୍ର ଶ୍ରେଣୀ ରହିଛି। ଏହି ଶ୍ରେଣୀରେ ଆଜମ ଖାନଙ୍କ ନାଁକୁ ସାମିଲ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

ଯୋଗୀ ଆଦିତ୍ୟନାଥ ୨୦୧୭ରେ ମୁଖ୍ୟମନ୍ତ୍ରୀ ହେବା ପରେ ଏହି ୱେବସାଇଟ୍‌ ଆରମ୍ଭ କରିଥିଲେ। ଲୋକମାନଙ୍କ ଜମି ହଡ଼ପ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଦାଖଲ କରିବା ପାଇଁ ଏଭଳି ବ୍ୟବସ୍ଥା ହୋଇଥିଲା।

ପୁଲିସ୍‌ର ସୂଚନା ଅନୁଯାୟୀ, ଆଜମ ଖାନ୍‌ଙ୍କ ନାଁରେ ୩୦ରୁ ଅଧିକ ଜମି ହଡ଼ପ ମାମଲା ରହିଛି। ଏଥିପାଇଁ ଆଜମ ଖାନ୍‌ଙ୍କ ନାଁକୁ ଜମି ମାଫିଆ ତାଲିକାରେ ସାମିଲ କରିବାକୁ ସୁପାରିସ କରାଯାଇପାରେ। ବର୍ତ୍ତମାନ ଆଜାମ ଖାନ୍‌ଙ୍କ ନାଁରେ ଥିବା ବିଭିନ୍ନ ମାମଲାର ତର୍ଜମା ଚାଲିଛି। ରାମପୁର ଏସ୍‌ପି ଅଜୟ ପାଲ ଶର୍ମା ଓ ଜିଲ୍ଲା ମାଜିଷ୍ଟ୍ରେଟ ଏହାର ଛାନଭିନ କରୁଛନ୍ତି। ଯଦି ଅଭିଯୋଗରେ ସତ୍ୟତା ଥାଏ, ତା’ହେଲେ ଆଜମ ଖାନଙ୍କ ନାଁକୁ ଜମି ମାଫିଆ ତାଲିକାରେ ସାମିଲ କରାଯିବ।

ଶୁକ୍ରବାର ରାମପୁର ରାଜସ୍ୱ ବିଭାଗ ଅଭିଯୋଗକ୍ରମେ ପୁଲିସ୍ ଆଜମ ଖାନଙ୍କ ନାଁରେ ଏଫ୍ଆଇଆର ରୁଜୁ କରିଥିଲା। ଏଫ୍‌ଆଇଆର ଅନୁଯାୟୀ, ଆଜମ ଖାନ୍‌ ଓ ତାଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ପୁଲିସ୍‌ ଅଫିସର ଆଲେହାସନ ଖାନ୍‌ ୨୬ ଜଣ ଚାଷୀଙ୍କ ଜମି ହଡ଼ପ କରିଛନ୍ତି।

ଏହାକୁ ମହମ୍ମଦ ଅଲୀ ଜଉହାର ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ ବ୍ୟବହାର କରିବାକୁ ଚାହୁଁଛନ୍ତି। ୨୦୧୨ରୁ ୨୦୧୭ର ଯାଏ ଆଜମ ଖାନ୍‌ ଉତ୍ତର ପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ଥିବା ବେଳେ ନିଜ ପଦର ଅପବ୍ୟହାର କରିଥିବା ମଧ୍ୟ ଅଭିଯୋଗ ହୋଇଛି।



from Odisha Reporter https://ift.tt/2l8cYQE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages