ବନ୍ୟା ଯୋଗୁ ଆସାମ ସ୍ଥିତି ଭୟଙ୍କର: ବୁଡ଼ିଗଲା କାଜିରଙ୍ଗା ଜାତୀୟ ପାର୍କର ୭୦% ଅଞ୍ଚଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 13, 2019

ବନ୍ୟା ଯୋଗୁ ଆସାମ ସ୍ଥିତି ଭୟଙ୍କର: ବୁଡ଼ିଗଲା କାଜିରଙ୍ଗା ଜାତୀୟ ପାର୍କର ୭୦% ଅଞ୍ଚଳ

ବାକସା: ଲଗାଣ ବର୍ଷା ଯୋଗୁ ଆସାମରେ ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟା ସ୍ଥିତି ଏବେ ଉତ୍କଟ ରୂପ ଧାରଣ କରିଛି। ବନ୍ୟା ଯୋଗୁ କାଜିରଙ୍ଗା ଜାତୀୟ ପାର୍କର ୭୦% ଅଞ୍ଚଳ ଓ ୯୫ଟି କ୍ୟାମ୍ପ ସଂପୂର୍ଣ୍ଣ ରୂପେ ପାଣିରେ ବୁଡ଼ି ଯାଇଛି। ଏହି କାରଣରୁ ଏହା ମଧ୍ୟରେ ଥିବା ଜୀବଜନ୍ତୁ ମଧ୍ୟ ପ୍ରାଣ ହରାଇଥିବା ଆଶଙ୍କା କରାଯାଇଛି।

ବନ ବିଭାଗ ବନ୍ୟଜନ୍ତୁଙ୍କୁ ଉଚ୍ଚ ସ୍ଥାନକୁ ନେଇଥିଲେ ହେଁ ଏବେ ବି ଶହଶହ ବାଘ, ଜଳହସ୍ତୀ, ହାତୀ ଏବଂ ଗଣ୍ଡା ଭଳି ପଶୁଗୁଡ଼ିକ ପାଣିରେ ବୁଡ଼ି ରହିଛନ୍ତି। ସ୍ଥିତିକୁ ଦୃଷ୍ଟିରେ ରଖି ବନ ବିଭାଗର ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ବିଶ୍ୱର ସର୍ବାଧିକ ବନ୍ୟଜନ୍ତୁ ଏହି ଜାତୀୟ ପାର୍କରେ ରହିଥାଆନ୍ତି। ଗତବର୍ଷ ବନ୍ୟା ସମୟରେ ୩୦୦ରୁ ଅଧି ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଥିଲା।

ବନ୍ୟା ଜଳ ଜାତୀୟ ପାର୍କ ମଧ୍ୟରେ ପ୍ରବେଶ କରୁଥିବାରୁ ବନ ବିଭାଗ ପକ୍ଷରୁ ବନ୍ୟଜନ୍ତୁଙ୍କୁ ଉଚ୍ଚ ସ୍ଥାନକୁ ନେବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ବନ ବିଭାଗର କର୍ମଚାରୀମାନେ ଜାତୀୟ ରାଜପଥରେ ହାଇଆଲର୍ଟରେ ରହିଛନ୍ତି। କାରଣ ବନ୍ୟା ଯୋଗୁ ପଶୁମାନେ ଜାତୀୟ ରାଜପଥକୁ ଚାଲି ଆସିପାରନ୍ତି।

ଏହି ସମୟରେ ଶିକାରୀମାନେ ବନ୍ୟଜନ୍ତୁଙ୍କୁ ଶିକାର କରିବାର ଆଶଙ୍କା ରହିଛି। ଏଥିପାଇଁ ବନ ବିଭାଗ ପକ୍ଷରୁ କରିମଗଞ୍ଜ ଠାରୁ ମଣିପୁରର ବାହାଲି ଯାଏ ହାଲଆଲର୍ଟ ଜାରି କରାଯାଇଛି। ଫରେଷ୍ଟ ଗାର୍ଡକୁ ରାତିରେ ସଜାଗ ରହିବାକୁ କୁହାଯାଇଛି। ଗାଡ଼ି ଚାଳକଙ୍କୁ ଏହି ରାସ୍ତାରେ ଯାତାୟାତ କରିବା ସମୟରେ ସତର୍କ ରହିବାକୁ କୁହାଯାଇଛି।

ଅନ୍ୟପକ୍ଷରେ ବନ୍ୟା ଯୋଗୁ ବାକସା ଜିଲ୍ଲାର ବାଲିପୁର ଚାର ଗାଁରେ ୧୫୦ରୁ ଅଧିକ ଲୋକ ଫସି ରହିଥିଲେ। ସେମାନଙ୍କୁ ଆଜି ଭାରତୀୟ ସେନା ଓ ଏସ୍‌ଡିଆରଏଫ୍‌ ପକ୍ଷରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହି ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରେ ୫୫ ଜଣ ମହିଳା, ୪୦ ଜଣ ପୁରୁଷ, ୨୫ ଜଣ ବରିଷ୍ଠ ନାଗରିକ ଓ ୩୦ ଜଣ ପିଲା ରହିଛନ୍ତି।

ଏମାନଙ୍କୁ ଓଡାଲଗୁରୁଠାରେ ଥିବା ରିଲିଫ୍‌ କ୍ୟାମ୍ପରେ ରଖାଯାଇଛି। ବ୍ରହ୍ମପୁତ୍ରର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ନଦୀ ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। କାଲିପୁର ଠାରେ ଥିବା ଚକ୍ରେଶ୍ୱର ମନ୍ଦିର ନିକଟରେ ଥିବା ଭଗବାନ ବିଷ୍ଣୁଙ୍କ ପ୍ରତିମୂର୍ତ୍ତି ଉପରେ ବନ୍ୟା ଜଳ ପହଞ୍ଚି ଯାଇଛି। ପ୍ରତିବର୍ଷ ବର୍ଷା ଦିନେ ବ୍ରହ୍ମପୁତ୍ର ନଦୀ ଜଳ ବିପଦ ସଙ୍କେତର ୨ ସେମି ଉପରେ ପ୍ରବାହିତ ହୋଇଥାଏ। କିନ୍ତୁ ଏଥର ଏହା ୧୬ ସେମି ଉପରେ ପ୍ରବାହିତ ହେଉଛି। ଏଯାଏ ବନ୍ୟା ଯୋଗୁ ଆସାମରେ ୭ ଜଣଙ୍କ ମୃତ୍ୟୁ ଘଟିଛି।



from Odisha Reporter https://ift.tt/2Sc6YTc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages