ଦୀର୍ଘ ୨୩ ବର୍ଷ ପରେ ଏକ ନୂଆ ଦଳ ଜିତିଲା ବିଶ୍ୱକପ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 14, 2019

ଦୀର୍ଘ ୨୩ ବର୍ଷ ପରେ ଏକ ନୂଆ ଦଳ ଜିତିଲା ବିଶ୍ୱକପ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱକପ୍ ୨୦୧୯ର ଫାଇନାଲ ମୁକାବିଲା ରବିବାର ଶେଷ ହୋଇଛି। କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡସ ପିଚ୍‌ରେ ବିଶ୍ୱକପ୍ ଜିତିଛି ଆୟୋଜକ ଇଂଲଣ୍ଡ। ଗତକାଲି ଏହି ମ୍ୟାଚ୍‌ ଜିତି ଇଂଲଣ୍ଡ ଷଷ୍ଠ ଦଳ ଭାବେ ବିଶ୍ୱକପ୍ ଚାମ୍ପିୟନ୍ ହୋଇଛି। ଏହା ସହିତ ଦୀର୍ଘ ୨୩ ବର୍ଷ ପରେ ଏକ ନୂଆ ଦଳ ବିଶ୍ୱକପ୍ ଜିତିଛି। ଅନ୍ତିମଥର ଶ୍ରୀଲଙ୍କା ୧୯୯୬ରେ ନୂଆ ଦଳ ଭାବେ ବିଶ୍ୱକପ୍‌ ଜିତିଥିଲା।

ଏହା ପୂର୍ବରୁ ମୋଟ ପାଞ୍ଚଟି ଟିମ୍ ବିଶ୍ୱକପ୍ ଜିତିଥିଲେ। କ୍ରିକେଟ୍‌ ବିଶ୍ୱକପ୍‌ ୧୯୭୫ରେ ଆରମ୍ଭ ହୋଇଥିଲା। ତା’ପରଠାରୁ ମୋଟ ୧୧ଥର ଏହାର ଆୟୋଜନ ହୋଇଛି। ଏଥିରୁ ଅଷ୍ଟ୍ରେଲିଆ ସର୍ବାଧିକ ୫ ଥର ଜିତିଛି। ସେହିପରି ଭାରତ ଓ ଓ୍ୱେଷ୍ଟେଣ୍ଡିଜ୍ ୨ ଥର  ଜିତିଥିବା ବେଳେ ଶ୍ରୀଲଙ୍କା ଓ ପାକିସ୍ତାନ ଥରେ ଲେଖାଏ ଚାମ୍ପିୟନ୍ ହୋଇଛନ୍ତି।

ନଜର ପକାନ୍ତୁ ୧୯୭୫ରୁ ଏଯାଏ କେଉଁ କେଉଁ ଦେଶ ବିଶ୍ୱକପ୍ ବିଜୟୀ ହୋଇଛନ୍ତି

୧୯୭୫ ଓ୍ୱେଷ୍ଟେଣ୍ଡିଜ୍ (ଚାମ୍ପିୟନ୍), ଅଷ୍ଚ୍ରେଲିଆ (ଉପ ବିଜେତା)

୧୯୭୯ ଓ୍ୱେଷ୍ଟେଣ୍ଡିଜ୍ (ଚାମ୍ପିୟନ୍), ଇଂଲଣ୍ଡ୍   (ଉପ ବିଜେତା)

୧୯୮୩ ଭାରତ (ଚାମ୍ପିୟନ୍), ଓ୍ୱେଷ୍ଟେଣ୍ଡିଜ୍ (ଉପ ବିଜେତା)

୧୯୮୭ ଅଷ୍ଟ୍ରେଲିଆ (ଚାମ୍ପିୟନ୍), ଇଂଲଣ୍ଡ(ଉପ ବିଜେତା)

୧୯୯୨ ପାକିସ୍ତାନ୍ (ଚାମ୍ପିୟନ୍),  ଇଂଲଣ୍ଡ (ଉପ ବିଜେତା)

୧୯୯୬ ଶ୍ରୀଲଙ୍କା  (ଚାମ୍ପିୟନ୍),   ଅଷ୍ଟ୍ରେଲିଆ  (ଉପ ବିଜେତା)

୧୯୯୯ ଅଷ୍ଟ୍ରେଲିଆ (ଚାମ୍ପିୟନ), ପାକିସ୍ତାନ (ଉପ ବିଜେତା)

୨୦୦୩ ଅଷ୍ଚ୍ରେଲିଆ (ଚାମ୍ପିୟନ୍),  ଭାରତ (ଉପ ବିଜେତା)

୨୦୦୭ ଅଷ୍ଚ୍ରେଲିଆ (ଚାମ୍ପିୟନ୍), ଶ୍ରୀଲଙ୍କା (ଉପ ବିଜେତା)

୨୦୧୧ ଭାରତ (ଚାମ୍ପିୟନ୍), ଶ୍ରୀଲଙ୍କା(ଉପ ବିଜେତା)

୨୦୧୫ ଅଷ୍ଟ୍ରେଲିଆ (ଚାମ୍ପିୟନ୍), ନ୍ୟୁଜିଲ୍ୟାଣ୍ଡ୍  (ଉପ ବିଜେତା)

୨୦୧୯ ଇଂଲଣ୍ଡ (ଚାମ୍ପିୟନ୍), ନ୍ୟୁଜିଲ୍ୟାଣ୍ଡ୍  (ଉପ ବିଜେତା)

 

 



from Odisha Reporter https://ift.tt/2YVR1Ds

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages