ବୌଦ୍ଧ (ଭାର୍ଜନ ପ୍ରଧାନ): ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଦିଗିସିରା ନିକଟସ୍ଥ ରାସ୍ତାକଡ଼ରୁ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ଗତକାଲି ବିଳମ୍ବିତ ରାତ୍ରିରେ ଶିଶୁଟିକୁ ଉଦ୍ଧାର କରାଯାଇଥିଲା।
ସୂଚନା ଅନୁଯାୟୀ, ସ୍ଥାନୀୟ ଲୁଣିବାହାଲ ଗାଁର ଜଣେ ବ୍ୟକ୍ତି ରାସ୍ତାକଡ଼ରେ ଛୁଆଟି ପଡ଼ିଥିବା ଦେଖିଥିଲେ। ସେ ତାକୁ ଉଦ୍ଧାର କରି ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଛୁଆଟି ସୁସ୍ଥ ଥିବା ଡାକ୍ତର କହିଛନ୍ତି।
ଏ ନେଇ ପୁରୁଣାକଟକ ପୁଲିସ୍କୁ ଖବର ଦିଆଯାଇଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି। ଏହାସହ ଶିଶୁଟିକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି।
from Odisha Reporter https://ift.tt/2jXhL70
No comments:
Post a Comment