ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘର କଲା ବେଳେ ମୁଖ୍ୟ ଦ୍ୱାରକୁ ଯେତିକି ଗୁରୁତ୍ୱ ଦିଆଯାଏ ଠିକ୍ ସେତିକି ଗୁରୁତ୍ୱ ମୁଖ୍ୟ ଫାଟକକୁ ବି ଦିଆଯିବା ଉଚିତ୍। କାରଣ ଅନେକ ସମୟରେ ଘରେ ହେଉଥିବା ଅଶାନ୍ତିର କାରଣ ମୁଖ୍ୟ ଫାଟକ ହିଁ ହୋଇଥାଏ। ତେଣୁ ମୁଖ୍ୟ ଫାଟକ କଲା ବେଳେ ମଧ୍ୟ କୌଣସି ବାସ୍ତୁବିତ୍ଙ୍କ ପରାମର୍ଶ ଅବଶ୍ୟ ନିଅନ୍ତୁ। ଆଜି ଆମେ ଏଠାରେ ଘରର ମୁଖ୍ୟ ଫାଟକକୁ ନେଇ ବାସ୍ତୁ ଅନୁସାରେ ଦୁଇଟି ପରାମର୍ଶ ଦେବୁ।
୧- ଘରର ମୁଖ୍ୟ ଗେଟ୍ରେ କେବେ କଳା ରଙ୍ଗ ଦିଅନ୍ତୁ ନାହିଁ। ବାସ୍ତୁ ଅନୁଯାୟୀ, ଏହାଦ୍ୱାରା ଘର ମୁଖିଆଙ୍କୁ ସବୁବେଳେ କ୍ଷତି ସହିବାକୁ ପଡ଼ିଥାଏ। ଏହାବାଦ୍ ଅପମାନଜନକ ସ୍ଥିତିର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ିପାରେ।
୨-ଘରର ମେନ୍ ଗେଟ୍ ଅନ୍ୟ ଗେଟ୍ ତଥା ଘରର ପ୍ରତ୍ୟେକ ଦ୍ୱାରଠାରୁ ବଡ଼ ହେବା ଆବଶ୍ୟକ। ମେନ୍ ଗେଟ୍ ଘରର ଅନ୍ୟ ଦ୍ୱାରଠୁ ଛୋଟ ହେଲେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିପାରେ।
ଆଉ ଦୁଇଟି ପରାମର୍ଶ
୧- ଘର ପଛପଟେ କୌଣସି ପ୍ରକାର ଅସ୍ତ୍ରଶସ୍ତ୍ର କିମ୍ବା ଠେଙ୍ଗାବାଡ଼ି ରଖିବା ଉଚିତ୍ ନୁହେଁ। ଏହାଦ୍ୱାରା ପରିବାର ସମସ୍ୟଙ୍କ ମଧ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥାଏ।
୨- ଘରର ବେଡରୁମ୍ରେ ୱାଶ୍ ବେସିନ୍ ରଖିବା ଉଚିତ୍ ନୁହେଁ। ଏହାଦ୍ୱାରା ବୈବାହିକ ସମ୍ପର୍କରେ ଫାଟ ଦେଖାଯାଏ। ଯଦି କାହା ବେଡରୁମ୍ରେ ୱାଶ୍ ବେସିନ୍ ଅଛି, ତା’ହେଲେ ତା ସମ୍ମୁଖରେ ପରଦା ଲଗାଇବାକୁ ଭୁଲନ୍ତୁ ନାହିଁ।
from Odisha Reporter https://ift.tt/2LS4CJ5
No comments:
Post a Comment