ଦିଲ୍ଲୀ କଂଗ୍ରେସ ସଭାପତି ହୋଇପାରନ୍ତି ନଭଜୋତ ସିଂହ ସିଦ୍ଧୁ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 31, 2019

ଦିଲ୍ଲୀ କଂଗ୍ରେସ ସଭାପତି ହୋଇପାରନ୍ତି ନଭଜୋତ ସିଂହ ସିଦ୍ଧୁ !

ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମନ୍ତ୍ରୀ ତଥା ଅମୃତସର (ପୂର୍ବ)ର କଂଗ୍ରେସ ବିଧାୟକ ନଭଜୋତ ସିଂହ ସିଦ୍ଧୁ ଦିଲ୍ଲୀ ପ୍ରଦେଶ କଂଗ୍ରେସର ସଭାପତି ହୋଇପାରନ୍ତି। ଗଣମାଧ୍ୟମରେ ଏଭଳି ଚର୍ଚ୍ଚା  ଆରମ୍ଭ ହୋଇଛି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ଦେହାନ୍ତ ପରେ ଏହି ପଦବୀ ଖାଲି ପଡ଼ିଛି। ତେବେ ନଭଜୋତଙ୍କୁ ନେଇ ଆରମ୍ଭ ହୋଇଥିବା ଚର୍ଚ୍ଚାକୁ ଖଣ୍ଡନ କରିଛି କଂଗ୍ରେସ ଦଳ।
ଖବର ସରବରାହ ସଂସ୍ଥା ଏଏନଆଇ ଟ୍ୱିଟ୍ କରି କହିଛି ନଭଜୋତ ସିଂହ ସିଦ୍ଧୁ ଦିଲ୍ଲୀ କଂଗ୍ରେସ ସଭାପତି ହୋଇପାରନ୍ତି । ରାହୁଲ ଗାନ୍ଧିଙ୍କ ସ୍ଥାନରେ ଦଳର ଅନ୍ତରୀଣ ସଭାପତି ନିଯୁକ୍ତ ହେବା ପରେ ଦିଲ୍ଲୀ କଂଗ୍ରେସ ସଭାପତି ଭାବରେ ସିଦ୍ଧୁଙ୍କ ନାମ ଘୋଷଣା ହେବାର ସମ୍ଭାବନା ରହିଛି ବୋଲି ଏଏନଆଇ ପ୍ରକାଶ କରିଛି।
କିନ୍ତୁ ଦିଲ୍ଲୀ କଂଗ୍ରେସ ଦାୟିତ୍ୱରେ ଥିବା ପିସି ଚାକୋ ଏଭଳି ଖବରକୁ ଖଣ୍ଡନ କରିଛନ୍ତି। ତାଙ୍କ ସହିତ ଦିଲ୍ଲୀ କଂଗ୍ରେସର କୌଣସି ନେତା ଏବାବଦରେ ଆଲୋଚନା କରି ନାହାନ୍ତି ବୋଲି ସେ କହିଛନ୍ତି।


from Odisha Reporter https://ift.tt/2Ovg3IB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages