ଗୁରୁବାରରେ କରନ୍ତୁ ନାହିଁ ଏହି ସବୁ କାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 24, 2019

ଗୁରୁବାରରେ କରନ୍ତୁ ନାହିଁ ଏହି ସବୁ କାମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌): ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ, ଗୁରୁବାର ଦେବଗୁରୁ ବୃହସ୍ପତିଙ୍କୁ ପୂଜାର୍ଚ୍ଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତିଙ୍କୁ ସାଧୁ ସନ୍ଥଙ୍କ ଦେବତା ବୋଲି କୁହାଯାଇଛି। ଏପରିକି ଆମ ଜୀବନର ସମସ୍ତ ସୁଖର ଚାବି ବୃହସ୍ପତିଙ୍କ ପାଖରେ ଥିବା କୁହାଯାଏ। ଜ୍ୟୋତିଷ ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଯେ, ଯେଉଁ ବ୍ୟକ୍ତିଙ୍କ ଉପରେ ବୃହସ୍ପତିଙ୍କ କୃପାଦୃଷ୍ଟି ରହିଥାଏ, ସେହି ବ୍ୟକ୍ତିଙ୍କ ଜୀବନରେ ଦୁଃଖ ପ୍ରବେଶ କରେ ନାହିଁ। ତେଣୁ ରାଶିରେ ବୃହସ୍ପତି ଚଳନ ହେଲେ, ଦେବଗୁରୁଙ୍କୁ ଖୁସି ରଖିବା ଆବଶ୍ୟକ।
ସେଥିପାଇଁ ବହୃସ୍ପତିଙ୍କ ବାର ଅର୍ଥାତ୍‌ ଗୁରୁବାରରେ କ’ଣ କରିବା ଆଦୌ ଉଚିତ୍ ନୁହେଁ ଓ କ’ଣ କଲେ ଶୁଭ ଫଳ ମିଳିଥାଏ, ଆସନ୍ତୁ ଜାଣିବା।

୧. ଗୁରୁବାରରେ ବିଳମ୍ବ ଯାଏ ଶୋଇ ରୁହନ୍ତୁ ନାହିଁ। ଏହି ଦିନ ସକାଳୁ ଉଠି ପ୍ରଥମେ ଘର ଦ୍ୱାର ସଫା କରିବା ଆବଶ୍ୟକ।

୨. ସକାଳେ ଉଠିବା ପରେ ବାସି ବିଛଣା ପଡ଼ିଥିବା ଅବସ୍ଥାରେ ପୂଜା କରନ୍ତୁ ନାହିଁ। ପ୍ରଥମେ ବାସି ବିଛଣା ଉଠାଇ ଘରକୁ ଝାଡ଼ୁ କରନ୍ତୁ। ପରେ ଘର ପୋଛିବା ପରେ ସ୍ନାନ କରି ପୂଜା ଆରମ୍ଭ କରନ୍ତୁ। ମନେ ରଖନ୍ତୁ, ପ୍ରଥମେ ତୁଳସୀ ଚଉରା ନିକଟରେ ବୃନ୍ଦାବତୀଙ୍କୁ ପୂଜା କରିବା ପରେ ଠାକୁର ଘରେ ପୂଜା କରିବେ।

୩. ଗୁରୁବାର ବୃହସ୍ପତିଙ୍କୁ ସମର୍ପିତ ହୋଇ ଥିବାରୁ ଦେବଗୁରୁଙ୍କ ପ୍ରିୟ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ଭଗବାନ ବିଷ୍ଣୁଙ୍କୁ ମଧ୍ୟ ହଳଦିଆ ରଙ୍ଗ ପ୍ରିୟ। ତେଣୁ ଗୁରୁବାର ଭଗବାନ ବିଷ୍ଣୁଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ।

୪. ଗୁରୁବାରରେ ହଳଦିଆ ରଙ୍ଗର ବସ୍ତୁ ଦାନ କରିବା ଶୁଭ ବୋଲି କୁହାଯାଏ। ଏହି ଦିନ ହଳଦୀ, ଚଣା ଡାଲି କିମ୍ୱା କଦଳୀ ଦାନ କରନ୍ତୁ। ଏହା ସହ ଗୁରୁବାର ବୃହସ୍ପତିଙ୍କ ମନ୍ତ୍ର ୧୦୮ ଥର ଜପ କରନ୍ତୁ, ନିଶ୍ଚୟ ଶୁଭ ଫଳ ମିଳିବ।

୫. ଗୁରୁବାରକୁ ମା’ ଲକ୍ଷ୍ମୀଙ୍କ ବାର ବୋଲି ମଧ୍ୟ କୁହାଯାଏ। ତେଣୁ ଏହି ଦିନ ଏକ ଲାଲ୍ ରଙ୍ଗର କପଡ଼ା ଉପରେ କିଛି ଶ୍ୱେତ ଧାନ ବିଛାଇ ଲକ୍ଷ୍ମୀଙ୍କ ପ୍ରତିମା ନିକଟରେ ପୂଜା କରନ୍ତୁ। କିଛି ଶ୍ୱେତ ପୁଷ୍ପ ମଧ୍ୟ ମା’ଙ୍କ ଉପରେ ଚଢ଼ାନ୍ତୁ।

୬. ଗୁରୁବାର ଭୁଲ୍‌ରେ ବି ଘରେ ଆମିଷ ରାନ୍ଧନ୍ତୁ ନାହିଁ କି ଖାଆନ୍ତୁ ନାହିଁ।

୭. ଗୁରୁବାର ସନ୍ଧ୍ୟା ସମୟରେ ମୁଣ୍ଡ କୁଣ୍ଡାଇବା ଓ ଶୋଇବା ନିଷେଧ।

୮. ସନ୍ଧ୍ୟା ସମୟରେ ଝୁଣା ଜଳାଇ ଘର ସାରା ବୁଲାନ୍ତୁ। ଏହାଦ୍ୱାରା ଆଖପାଖର ବାତାବରଣ ଶୁଦ୍ଧ ହେବ ଓ ନକାରାତ୍ମକ ଶକ୍ତି ଘରୁ ଦୂରେଇ ଯିବେ।



from Odisha Reporter https://ift.tt/2OhMjic

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages