କେନ୍ଦୁଝର: ଦେଢ ମାସରେ ଦନ୍ତା ନେଲାଣି ୮ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 24, 2019

କେନ୍ଦୁଝର: ଦେଢ ମାସରେ ଦନ୍ତା ନେଲାଣି ୮ ଜୀବନ

କେନ୍ଦୁଝର(ପ୍ରଣୟ ପାଣି ): କେନ୍ଦୁଝର ସଦର, ବିଜେପି ରେଞ୍ଜ ସହ ଚମ୍ପୁଆ ବନାଞ୍ଚଳରେ ଏବେ ମାତିଛି ଦନ୍ତା ହାତୀ । ଦେଢ ମାସରେ ମଧ୍ୟର ଦନ୍ତା ନେଲାଣି ୮ ଜୀବନ। ସେହିପରି ଶହେରୁ ଅଧିକ ଘର ଭାଙ୍ଗିଥିବା ବେଳେ ୧୫ରୁ ଅଧିକ ଲୋକେ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି । ଏବେ ଲୋକଙ୍କୁ କେବଳ ମଞ୍ଚା ଭରସା ।

ଗତ ମଙ୍ଗଳବାର ହାତୀ ଆକ୍ରମଣରେ କୁସୁମିତା ଶଙ୍କାରୀ ଗାଁର ବିନୋଦ ଦେହୁରୀଙ୍କ ଜୀବନ ଯାଇଛି ।  ଉକ୍ତ ରାତିରେ ହାତୀଟି ଗାଁରେ ପଶିଥିବା ସମୟରେ ନିଜ ଚାଷ ଜମିର ସୁରକ୍ଷା ପାଇଁ ଗାଁଲୋକ ଏକତିତ୍ର ହୋଇ ହାତୀ ଘଉଡାଉଥିଲେ। ହେଲେ ଏହି ସମୟରେ ଦନ୍ତାଟି ଲୋକଙ୍କୁ ତଡିବାରୁ ଲୋକେ ଭୟଭୀତ ହୋଇ ଘଟଣାସ୍ଥଳରୁ ଦଉଡି ପଳାଉଥିଲେ।  ମାତ୍ର ବିନୋଦ ହାତୀ ହାବୁଡରେ ପଡିଯାଇଥିଲେ । ହାତୀଟି ତାଙ୍କୁ ପାଦରେ ଦଳି ଦେଇଥିଲା।

ଦିନକୁ ଦିନ ଦନ୍ତା ହାତୀର ଉତ୍ପାତ ବଢି ଚାଲିଛି। ଗାଁରେ ପଶି ଘରଦ୍ୱାର ଭାଙ୍ଗୁଛି ହାତୀ । ହାତୀ ଭୟରେ ଲୋକେ ଘରେ ରହିବାକୁ ଭୟ କରୁଛନ୍ତି।  ରାତି  ହେଲେ ଗଛରେ ବନ୍ଧା ହୋଇଥିବା ମଞ୍ଚାରେ ଯାଇ ରାତି ବିତାଉଛନ୍ତି  । ଏପଟେ ହାତୀ କିପରି ଜନବସତି ମୁହାଁ ନହେବ ସେଥିପାଇଁ ବନବିଭାଗ ସମସ୍ତ ଉଦ୍ୟମ ଜାରି ରଖିଛି  ମୃତକଙ୍କ ପରିବାରକୁ ନିୟମ ଅନୁଯାୟୀ କ୍ଷତିପୂରଣ ଦିଆଯାଉଥିବା କେନ୍ଦୁଝର ସଦର ରେଞ୍ଜର କହିଛନ୍ତି ।



from Odisha Reporter https://ift.tt/2GsMi4O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages