ସିସିଡି ମାଲିକଙ୍କୁ ଖୋଜୁଛନ୍ତି ୨୦୦ ପୁଲିସ୍‌, ପାଣିକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 29, 2019

ସିସିଡି ମାଲିକଙ୍କୁ ଖୋଜୁଛନ୍ତି ୨୦୦ ପୁଲିସ୍‌, ପାଣିକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ

ନୂଆଦିଲ୍ଲୀ: ଦେଶର ସର୍ବବୃହତ କଫି ଚେନ୍‌ କାଫେ କଫି ଡେ(ସିସିଡି)ର ପ୍ରତିଷ୍ଠାତା ତଥା ପୂର୍ବତନ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ଏସ୍‌ ଏମ୍‌ କ୍ରୀଷ୍ଣାଙ୍କ ଜ୍ୱାଇଁ ଭିଜି ସିଦ୍ଧାର୍ଥ ଗତକାଲି ରାତିରୁ ନିଖୋଜ ହୋଇଯାଇଛନ୍ତି। ତାଙ୍କୁ ଠାବ କରିବା ପାଇଁ ପୁଲିସ୍‌ ଜୋରଦାର ଉଦ୍ୟମ କରୁଛି। ହେଲେ ଆଉ ଏକ ରିପୋର୍ଟ ଅନୁଯାୟୀ, ଉଲ୍ଲାଲ ଠାରେ ଥିବା ବ୍ରିଜ୍‌ ଉପରୁ ଡେଇଁ ସିଦ୍ଧାର୍ଥ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଗତକାଲି ରାତି ୯ଟା ବେଳେ ନେତ୍ରବତୀ ନଦୀ ଉପରେ ଥିବା ବ୍ରିଜ୍‌ ଉପରୁ ଜଣେ ବ୍ୟକ୍ତି ଡେଇଁ ଆତ୍ମହତ୍ୟା କରିଥିବା ଖବର ମେଙ୍ଗାଲୁରୁ ପୁଲିସ୍‌ ଜାଣିବାକୁ ପାଇଥିଲା। ତାଙ୍କୁ ପାଣିରୁ ଉଦ୍ଧାର କରିବା ପାଇଁ ପୁଲିସ୍‌ ଉଦ୍ୟମ କରୁଥିବା ବେଳେ ସିଦ୍ଧାର୍ଥଙ୍କ ନିଖୋଜ ଖବର ସାମ୍ନାକୁ ଆସିଥିଲା। କାର୍‌ ଚାଳକଙ୍କ ବୟାନ ଅନୁସାରେ, ପାଣିକୁ ଡେଇଁଥିବା ବ୍ୟକ୍ତି ଜଣଙ୍କ ସିଦ୍ଧାର୍ଥ ବୋଲି ପୁଲିସ୍‌ ଆଶଙ୍କା କରିଛି।

୬୦ ବର୍ଷୀୟ ସିଦ୍ଧାର୍ଥ ଗତକାଲି ରାତି ୮ଟାରେ ବେଙ୍ଗାଲୁରୁ ସ୍ଥିତ ତାଙ୍କ ଘରକୁ ଆସିଥିଲେ। ଏହାପରେ ଡ୍ରାଇଭରଙ୍କୁ ଉଲ୍ଲାଲ ବ୍ରିଜ୍‌କୁ ଯିବାକୁ କହିଥିଲେ।
ଏବେ ୨୦୦ ପୁଲିସ୍‌ କର୍ମଚାରୀ ଓ ୨୫ ଜଣ ବୁଡ଼ାଳୀ ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିବା ବ୍ୟକ୍ତିଙ୍କ ସନ୍ଧାନରେ ଲାଗିଛନ୍ତି।
ମେଙ୍ଗାଲୁରୁ ପୁଲିସ୍ କମିଶନର ସନ୍ଦୀପ ପାଟିଲ କହିଛନ୍ତି,“ ସିଦ୍ଧାର୍ଥ ସକଲେଶପୁର ଯାଉଛନ୍ତି ବୋଲି କହି ବେଙ୍ଗାଲୁରୁରୁ ବାହାରିଥିଲେ। ହେଲେ ଅଧା ରାସ୍ତାରେ ସେ ନିଜର ଡ୍ରାଇଭରକୁ ମେଙ୍ଗାଲୁର ଯିବା ପାଇଁ କହିଥିଲେ। ନେତ୍ରବତୀ ନଦୀର ପୋଲ ଉପରେ ସିଦ୍ଧାର୍ଥ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। ଏହାପରେ ସେଠାରୁ ନିଜ ଡ୍ରାଇଭରଙ୍କ ଯିବା ପାଇଁ କହିଥିଲେ। ପୁଲିସ୍ ସିଦ୍ଧାର୍ଥଙ୍କୁ ଖୋଜୁଥିବା ବେଳେ ତାଙ୍କର କୌଣସି ପତ୍ତା ମିଳୁ ନାହିଁ।”

ସିଦ୍ଧାର୍ଥ କେଫ୍‌ କଫି ଡେ’ ପାଇଁ ସାତ ହଜାର କୋଟି ଟଙ୍କା ଋଣ କରିଥିଲେ। ଋଣ ଟଙ୍କା ସୁଝି ନ ପାରି ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୁଲିସ୍ ସନ୍ଦେହ କରୁଛି।



from Odisha Reporter https://ift.tt/2MvI6F4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages