ଗଛରେ ପିଟିହେଲା ମିକ୍ସର ମେସିନ, ସିଭିଲ ଇଞ୍ଜିନିୟର ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 29, 2019

ଗଛରେ ପିଟିହେଲା ମିକ୍ସର ମେସିନ, ସିଭିଲ ଇଞ୍ଜିନିୟର ମୃତ

ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ଡ଼ଡଙ୍ଗ ନିକଟରେ ଏକ ମିକ୍ସର ମେସିନ ଗଛରେ ପିଟି ହେବାରୁ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ସୂର୍ଯ୍ୟକାନ୍ତ ସେନାପତି। ସେ ଆରକେଡି ଠିକା କମ୍ପାନୀରେ ସିଭିଲ ଇଞ୍ଜିନିୟର।
ଦୁର୍ଘଟଣା ପରେ ମିକ୍ସର ମେସିନ ଡ୍ରାଇଭର ଲକ୍ଷ୍ମଣ ସେଠୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ଗତକାଲି ବିଳମ୍ବିତ ରାତିରେ ସୂର୍ଯ୍ୟକାନ୍ତ କାମ ସାରି ଫେରୁଥିବା ବେଳେ ମିକ୍ସର ମେସିନଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା। ଫଳରେ ସୂର୍ଯ୍ୟକାନ୍ତ ତଳେ ଛିଟିକି ପଡ଼ିଥିଲେ। ପୁଲିସ୍‌ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ୍ ମୃତଦେହକୁ ବ୍ୟବଚ୍ଛେଦ କରି ତଦନ୍ତ କରୁଛି। ଡ୍ରାଇଭର ଦ୍ରୁତ ଗତିରେ ଗାଡ଼ି ଚଲାଉଥିବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ତୁମୁଡିବନ୍ଧ ଥାନା ଅଧିକାରୀ କହିଛନ୍ତି।



from Odisha Reporter https://ift.tt/32Z8UU1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages