ଲୋକସଭାରେ ପୁଣି ଆଗତ ହେବ ତିନି ତଲାକ୍ ବିଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 24, 2019

ଲୋକସଭାରେ ପୁଣି ଆଗତ ହେବ ତିନି ତଲାକ୍ ବିଲ୍

ନୂଆଦିଲ୍ଲୀ: ଆଜି ଲୋକସଭାରେ ମୋଦି ସରକାର ଆଗତ କରିବେ ତିନି ତଲାକ୍ ବିଲ୍। ଏହି ବିଧେୟକ ଉପରେ ଆଜି ଗୃହରେ ଆଲୋଚନା ହେବା ପରେ ଏହା ପାରିତ ହେବାର ସମ୍ଭାବନା ରହିଛି। ଏଥିପାଇଁ ବୁଧବାର ବିଜେପି ସମସ୍ତ ସାଂସଦଙ୍କୁ ହ୍ପିପ୍ ଜାରି କରିଛି। ଏହି ବିଧେୟକରେ ତିନି ତଲାକ ଏକ ଅପରାଧ ବୋଲି ବିବେଚିତ କରାଯାଇଛି ଏବଂ ଯିଏ ଦୋଷୀ ତାକୁ ଜେଲରେ ସଜା କାଟିବାକୁ ପଡ଼ିବ ବୋଲି ନିୟମ ରହିଛି।

ନରେନ୍ଦ୍ର ମୋଦି ସରକାର ଦ୍ୱିତୀୟ ଥର ପାଇଁ ସରକାର ଗଢ଼ିବା ପରେ ସଂସଦର ପ୍ରଧାନମନ୍ତ୍ରୀ ଅଭିଭାଷଣ ରଖିଥିଲେ। ଏହି ସମୟରେ ପ୍ରଥମେ ତିନି ତଲାକ ବିଧେୟକର ଉଦ୍ଦେଶ୍ୟ ବାବଦରେ କହିଥିଲେ। ତେବେ ସରକାରଙ୍କ ଏହି ବିଧେୟକକୁ ସେତେବେଳେ ବିରୋଧୀ ବିରୋଧ କରିବା ସହିତ ଅନେକ ସମାଲୋଚନା ମଧ୍ୟ କରିଥିଲେ। ତେବେ ଏହି ବିଧେୟକ ଲୋକଙ୍କୁ ସମାନତା ଏବଂ ନ୍ୟାୟ ଦେବାରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ଯୁକ୍ତି ବାଢ଼ିଥିଲେ। କଂଗ୍ରେସ, ତୃଣମୂଳ କଂଗ୍ରେସ ଏବଂ ଡିଏମକେ ଏହି ବିଧେୟକ ବାବଦରେ ଯାଞ୍ଚ କରିବା ପାଇଁ ସଂସଦୀୟ କମିଟି ତିଆରି କରାଯାଉ ବୋଲି ଦାବି କରିଥିଲେ।

ସୂଚନାଯୋଗ୍ୟ, ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ପାଖରେ ଲୋକସଭାରେ ସଂଖ୍ୟା ଗରିଷ୍ଠତା ଥିବାରୁ ଏହି ବିଧେୟକକୁ ପାରିତ କରିବାରେ କୌଣସି ଅସୁବିଧା ହେବ ନାହିଁ। କିନ୍ତୁ ରାଜ୍ୟସଭାରେ ଏହି ବିଲ୍ ପାସ କରିବା ଶାସକ ଦଳ ପାଇଁ ଚ୍ୟାଲେଞ୍ଜ ରହିବ। କାରଣ ଏନଡିଏରେ ଥିବା ଅଂଶୀଦାର ଦଳ ଜେଡିୟୁ ଏହି ବିଧେୟକକୁ ରାଜ୍ୟସଭାରେ ବିରୋଧ କରିବ ବୋଲି ପୂର୍ବରୁ କହି ସାରିଛି। ଏଥିସହ ରାଜ୍ୟସଭାରେ ଶାସକ ଦଳ ତୁଳନାରେ ବିରୋଧୀଙ୍କ ସଂଖ୍ୟା ଅଧିକ ରହିଛି ।

ମୋଦିଙ୍କ ପ୍ରଥମ ସରକାର ବେଳେ ଏହି ବିଧେୟକ ଲୋକସଭାରେ ପାରିତ ହୋଇଯାଇଥିଲା। କିନ୍ତୁ ରାଜ୍ୟସଭାରେ ଶାସକ ଦଳର ସଂଖ୍ୟା ନଥିବାରୁ ବିଧେୟକଟି ପାରିତ ହୋଇ ପାରିନଥିଲା।



from Odisha Reporter https://ift.tt/2SBHBKM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages