ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ଫିଲ୍ମ ଜଗତର ସୁପରଷ୍ଟାର ତମନ୍ନା ଭାଟିଆ ମୁମ୍ବାଇରେ ଏକ ନୂଆ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ୍କୁ କୁଆଡ଼େ ତା’ର ପ୍ରକୃତ ଦାମ୍ଠାରୁ ଦୁଇଗୁଣ ଅଧିକ ଦେଇ କିଣିଛନ୍ତି। ଏହି ଚର୍ଚ୍ଚାକୁ ନେଇ ଖପ୍ପା ହୋଇଛନ୍ତି ତମନ୍ନା। ମୁହଁ ଖୋଲି କହିଛନ୍ତି, ସେ ସିନ୍ଧି ପରିବାରର ଝିଅ, ତେଣୁ ସେ ଆପାର୍ଟମେଣ୍ଟ ପାଇଁ କାହିଁକି, କୌଣସି ଜିନିଷ କିଣିବା ବେଳେ ତାର ଦୁଇଗୁଣ ଦାମ ଦେବାର ପ୍ରଶ୍ନ ଉଠୁନି।
ସୂଚନାଯୋଗ୍ୟ, ସିନ୍ଧିମାନେ କୃପଣ ଏବଂ ପଇସାପତ୍ର ମାମଲାରେ ସବୁଠୁ ଚାଲାକ ବୋଲି ଏକ ଧାରଣା ରହି ଆସିଛି। କେହି କେବେ କୃପଣତା ଦେଖାଇଲେ ତାଙ୍କୁ ‘ତୁମେ ସିନ୍ଧି କି’ ବୋଲି ମଜାରେ ପଚରାଯାଏ।
‘ବାହୁବଳୀ’ର ଏହି ଅଭିନେତ୍ରୀ, ମୁମ୍ବାଇର ଭରସୋଭାରେ ୧୬.୬୦ କୋଟି ଟଙ୍କା ଦେଇ ସମୁଦ୍ରକୂଳ ନିକଟରେ ଥିବା ଏକ ଆପାର୍ଟମେଣ୍ଟ କିଣିଥିବା ଚର୍ଚ୍ଚା ହୋଇଥିଲା। ଏହା ୧୪ତମ ମହଲାରେ ଅଛି ଏବଂ ଏହି ବହୁତଳ ଆପାର୍ଟମେଣ୍ଟର ନାମ ବେ’ ଭ୍ୟୁ। ଏକ ସାକ୍ଷାତକାରରେ ତମନ୍ନା କହିଛନ୍ତି, “ହଁ, ମୁଁ ଆପାର୍ଟମେଣ୍ଟ କିଣିଛି, କିନ୍ତୁ ଏତେ ଟଙ୍କା ଦେଇ ନୁହେଁ।”
ଏକ ପତ୍ରିକାକୁ ସାକ୍ଷାତକାର ଦେଇ ସେ କହିଛନ୍ତି, “ମୁଁ ଜଣେ ସିନ୍ଧି, ଏମିତି କେମିତି ଦୁଇ ଗୁଣ ଦାମ୍ ଦେଇ ଦେବି। ଲୋକେ ମୋତେ ବାରମ୍ବାର ଏ ଘର ବାବଦରେ ପଚାରୁଛନ୍ତି। ଏହି ଘରର ଫର୍ନିଶିଙ୍ଗ ପ୍ରସ୍ତୁତ ହୋଇଗଲେ ମୁଁ ଏବଂ ମୋ ବାପା ମା’ ଏହି ଘରକୁ ଚାଲିଯିବୁ। ମୁଁ ଏକ ସରଳ ଏବଂ କଳାତ୍ମକ ଘର ଚାହେଁ।”
from Odisha Reporter https://ift.tt/2LgfHmO
No comments:
Post a Comment